News
WhatsApp Image 2023-10-04 at 17.25.00
samparksetu

ଅନନ୍ତପୁର ପାହାଡ ମଧ୍ୟରେ ଲୁଚି ରହିଛି ହାତୀ ଗିର୍ଜା

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପୂର୍ବ ପୁରୁଷ କାଳରେ ରାଜା ରାଜୁଡ଼ା ସମୟରେ ରାଜା ମାନେ ଅନେକ କିଛି କୀର୍ତ୍ତି ତିଆରି କରି ଆରପାରିକୁ ଚାଲିଗଲେ ବି ମଧ୍ୟ ଏବେବି ସେହି କୀର୍ତ୍ତି ଗୁଡ଼ିକ ଦେଖିଲେ ମନକୁ ମନ ଅନେକ କୀର୍ତ୍ତି ବଞ୍ଚି ରହିଛି ବୋଲି ମନେ ହୁଏ।

କିନ୍ତୁ ପ୍ରଶାସନଙ୍କ ଦୃଷ୍ଟିରେ ଥାଇବି ମଧ୍ୟ ଏବେବି ଲୁଚି ରହିଛି ଅନେକ ପର୍ଯ୍ୟଟନ ସ୍ଥଳୀ। ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଓ କାମାକ୍ଷାନଗର ସୀମାନ୍ତ ଅଞ୍ଚଳରେ ଥିବା ଅନନ୍ତପୁର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଲୁଚି ରହିଥିବା ରାଜା ରାଜୋଡ଼ା ଅମଳର ହାତୀ ଗିର୍ଜାର କଥା । ରାଜା ରାଜୁଡା ସମୟରେ ଢେଙ୍କାନାଳ ରାଜା ଶଙ୍କର ପ୍ରତାପ ସିଂଦେଓ ଏହି ହାତୀ ଗିର୍ଜାଟି ନିର୍ମାଣ କରି ଏଠାରେ ଜଙ୍ଗଲୀ ହାତୀ ମାନଙ୍କୁ ଧରୁଥିଲେ ଓ ହାତୀକୁ ପୋଷା ମନାଇ ରାଜାଙ୍କ ନଅରକୁ ନିଆ ଯାଉଥିଲା ।

ହାତୀଙ୍କ ବନ୍ଦୀ ଶାଳ ଗୃହଟି ଅଧା ଏକର ରୁ ଅଧିକ ଜାଗାରେ ନିର୍ମାଣ କରାଯାଇଛି। ହାତୀ ଗିର୍ଜାର ଦୃଶ୍ୟ ଏଭଳି ଭାବରେ ତିଆରି କରାଯାଇଛି ଦେଖୁ ଥିଲେ ମଧ୍ୟ ମନରେ କଳ୍ପନା କରି ହୁଏନାହିଁ। ଦେଖିଲେ ଆଖିକୁ ବିଶ୍ୱାସ ହେଉ ନଥିଲେ ମଧ୍ୟ ଆଗ କାଳରେ ବ୍ୟବହାର କରାଯାଉଥିବା ପଥର ଚୂନକୁ ବ୍ୟବହାର କରି ନିର୍ମାଣ କରାଯାଇଛି ହାତୀ ଗିର୍ଜାର ପାଚେରୀ ।

ଗିର୍ଜାର ପୂର୍ବ ଓ ପଶ୍ଚିମ ପାର୍ଶ୍ଵରେ ଦୁଇଟି ବାଟ ରହିଛି। ଯେତେବେଳେ ହାତୀ ଧରା ଯାଉଥିଲା ସେତେବେଳେ ଗେଟ୍ ର ଦୁଇ ପାର୍ଶ୍ଵରେ ଗୁମ୍ଫା କରା ଯାଇଛି ଯାହାଫଳରେ ଜଙ୍ଗଲୀ ହାତୀଙ୍କୁ ଗିର୍ଜା ଭିତରେ ପଶିଗଲେ ଗେଟ୍ ପକାଇବା ପାଇଁ ସୁବିଧା ହୋଇଥାଏ। ଯେତେବେଳେ ଢେଙ୍କାନାଳର ରାଜା ଶଙ୍କର ପ୍ରତାପ ସିଂଦେଓ ପ୍ରଥମେ ଗିର୍ଜା ବୁଲିବା ପାଇଁ ଆସି ଥାଆନ୍ତି,ପାଖରେ ଥିବା ମାଆ ଗମ୍ଭାରିଆ ଠାକୁରାଣୀ ଙ୍କୁ ପ୍ରଥମେ ପୂଜା ଅର୍ଚ୍ଚନା କରିବା ପରେ ଜଙ୍ଗଲ ଭିତରକୁ ପ୍ରବେଶ କରି ଥାଆନ୍ତି ଓ ହାତୀ ଧରିବା ପ୍ରକ୍ରିୟା ଆରମ୍ଭ କରି ଥାଆନ୍ତି ।

ଗୋଟିଏ ପାଖରେ ପ୍ରଜାମାନେ ରହି ହାତୀକୁ ଗିର୍ଜା ଆଡ଼କୁ ଘଉଡେ଼ଇ ଥାଆନ୍ତି ସେହିସମୟରେ ଗିର୍ଜା ଭିତରେ ଏକ ପୋଷା ହାତୀ, ହାତୀମାନଙ୍କୁ ଡାକି ଥାଏ ଯେତେବେଳେ ହାତୀମାନେ ଆସି ଗିର୍ଜା ଭିତରକୁ ପ୍ରବେଶ କରନ୍ତି, ସଙ୍ଗେ ସଙ୍ଗେ ଉପରେ ଥିବା କଣ୍ଟା କବାଟ ଟି ପଡ଼ିଯାଏ ହାତୀ ମାନେ ସେଠାରୁ ଆଉ ବାହାରି ପାରନ୍ତି ନାହିଁ । ଭିତରେ ଥିବା ପୋଷା ହାତୀ ସେହି ଜଂଗଲୀ ହାତୀ ମାନଙ୍କୁ ବାନ୍ଧି ପିଟି ପିଟି ପୋଷା ମନେଇ ରାଜ ବାଟିକୁ ନେଇଥାଏ।

ହାତୀ ଗୀର୍ଜା ଟି ଦୁଇଟି ପାହାଡ଼ ମିଶ୍ରଣ ର କେନ୍ଦ୍ରରେ ସମତଳ ଜାଗା ତା ଭିତରେ କୁଳୁ କୁଳୁ ନାଦ ଦେଇ ବହି ଯାଉଥିବା ଝରଣାଟି ପର୍ଯ୍ୟଟକ ମାନଙ୍କୁ ଦୁଷ୍ଟି ଆକର୍ଷଣ କରିଥାଏ। ଅନନ୍ତପୁର ପାହାଡ଼ର ପୂର୍ବ ପାଖରେ ହାତୀ ଗିର୍ଜା ରହିଥିବା ବେଳେ ପଶ୍ଚିମ ପାର୍ଶ୍ଵରେ ରହିଛି ଫୁଲଝର ହଦହଦି ଜଳପ୍ରପାତ ଓ ପାହାଡ ଶିଖରେ ବନ୍ୟଜନ୍ତୁ ପାଣି ପିଇବା ପାଇଁ ଦୁଇଟି ପୋଖରୀ ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ ସେ ପୋଖରୀ ଗୁଡ଼ିକ ପୁନରୁଦ୍ଧାର କରାଯାଇ ପାରିଲା ନାହିଁ। ଏଠାକୁ ଯିବାକୁ ହେଲେ କଙ୍କଡ଼ାହାଡ଼ ବ୍ଲକ ମହକୁମା ଠାରୁ ୧୨ କିଲୋମିଟର ଅତିକ୍ରମ କରିବାକୁ ପଡ଼ିଥାଏ । କଙ୍କଡ଼ାହାଡ଼ ଠାରୁ ଗଡପଳାଶୁଣି ରାସ୍ତା ଦେଇ କଣ୍ଟାପାଳ ଛକର ବାମ ପାର୍ଶ୍ୱ ରାସ୍ତା ଦେଇ ଆସିଲେ କରଡାପାଳ ଛକ ପଡ଼ିଥାଏ। ଛକର ଠାରୁ ବାମ ପାର୍ଶ୍ୱ ରାସ୍ତାରେ ଗଲେ ଛଅ କିଲୋମିଟର ପରେ ପଡ଼ି ଥାଏ ହାତୀ ଗିର୍ଜା ଓ ଡାହାଣ ପାର୍ଶ୍ଵର ରାସ୍ତାରେ ଗଲେ ତିନି କିଲୋମିଟର ପରେ ଗଲେ ପଡ଼ି ଥାଏ ଫୁଲଝର ହଦହଦି ଜଳ ପ୍ରପାତ।

ହେଲେ ବଡ ଦୁଃଖର ବିଷୟ ଇତିହାସର ଏହି ହାତୀ ଗିର୍ଜା ଭାଙ୍ଗିବାକୁ ବସିଲାଣି ଓ ବଣ ଜଙ୍ଗଲରେ ଘୁଡ଼ାଇ ହୋଇ ରହିଗଲା କିନ୍ତୁ ଏଥି ପ୍ରତି ସରକାରଙ୍କ ନଜର ପଡୁନାହିଁ । ଏ ନେଇ ସାଧାରଣରେ ଦାବି ହୋଇଛି କି ଐତିହାସିକ ହାତୀ ଗିର୍ଜା କୁ ଉଦ୍ଧାର କରି ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦିଆଯାଉ।

new life
You might also like
error: Content is protected !!