News
WhatsApp Image 2023-10-04 at 17.25.00
samparksetu

ଦ ଇଣ୍ଡିଆନ ଗୋଲ୍ଡେନ ଆୱାର୍ଡ – ୨୦୨୩ ରେ ସମ୍ମାନିତ ହେଲେ ଅଙ୍କିତା

ଦ ଇଣ୍ଡିଆନ ଗୋଲ୍ଡେନ ଆୱାର୍ଡ – ୨୦୨୩ ରେ ସମ୍ମାନିତ ହେଲେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାବେରା ପଞ୍ଚାୟତ ଦଧିସିଙ୍ଗା ଝିଅ ଅଙ୍କିତା ସାହୁ । କଳାଞ୍ଜଳି ଆଟିଷ୍ଟ୍ରି ଟ୍ରଷ୍ଟ ଏବଂ ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପ ରେ ଆୟୋଜିତ ହୋଇଥିବା ଲୋକକଳା ମହୋତ୍ସବ ରେ ରାଜ୍ୟର ବିଭିନ୍ନ ଲୋକକଳା ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ଦିଗରେ ଖ୍ୟାତି ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ଏଥିରେ ସମ୍ମାନିତ କରାଯାଇଥିଲା । ଉକ୍ତ ଉତ୍ସବରେ ଢେଙ୍କାନାଳ ଝିଅ ଅଙ୍କିତା ଙ୍କୁ ଦ ଇଣ୍ଡିଆନ ଗୋଲ୍ଡେନ ଆୱାର୍ଡ – ୨୦୨୩ ରେ ସମ୍ମାନିତ କରାଯାଇଛି ।

ଯେଉଁ ବୟସରେ ପିଲାମାନେ ରଙ୍ଗୀନ ସ୍ୱପ୍ନ ଦେଖିବା ରେ ବିଭୋର, ସୁନା ସଂସାର ର ସୁନେଲି ସୌଧ ନିର୍ମାଣ କରିବା କଳ୍ପନା ରେ ନିମଜ୍ଜିତ, ସେହି ବୟସରେ ଅଙ୍କିତା, ସମସ୍ତ ସାମାଜିକ ପ୍ରତିବନ୍ଧକ ଓ ପ୍ରତିକୁଳ ପରିସ୍ଥିତି କୁ ସାମ୍ନା କରି, ନିଜକୁ ପ୍ରତିଷ୍ଠିତ କରାଇ ପାରିଛନ୍ତି ସମାଜ ସେବା କ୍ଷେତ୍ରରେ । ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ, ପ୍ରଭାବିତ ଜନ ସାଧାରଣଙ୍କ ନିମନ୍ତେ, ନିଜସ୍ବ ତଥା ସଂଗୃହୀତ ପାଣ୍ଠି ସହାୟତାରେ ସହଯୋଗର ହସ୍ତ ପ୍ରସାରିତ କରିଛନ୍ତି । ନିଜ ବୟସର ଝିଅ ତଥା ମହିଳା ମାନଙ୍କର ବ୍ୟତିଗତ ଅସୁବିଧା ସମୟର ସମସ୍ୟାକୁ ଅନୁଭବ କରି, ଦୀର୍ଘ ୧୨ ବର୍ଷ ଧରି, ସାନିଟାରୀ ନାପକିନ ବଣ୍ଟନ ତଥା ତତ୍ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରି, ରାଜ୍ୟରେ ‘ପ୍ୟାଡ ଓମେନ୍’ ଭାବେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସିଏ ୬୦.୦୦୦ ରୁ ଅଧିକ ନାପକିନ ସହ ବାଲ୍ୟ ବିବାହ, ଶିକ୍ଷା ଏବଂ ଶିଶୁ କନ୍ୟା ଚାଲାଣ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବିଭିନ୍ନ ସଚେତନତା ଧର୍ମୀ କାର୍ଯ୍ୟକ୍ରମ କରି ଆସୁଛନ୍ତି ଏଥି ସହ ସୋସିଆଲ ମିଡ଼ିଆ ମାଧ୍ୟମରେ ଲୋକଙ୍କ ବିଭିନ୍ନ ସମସ୍ୟା ର ସମାଧାନ କରିବାରେ ସ୍ଥାନୀୟ ସରକାରୀ ଅଧିକାରୀ ଙ୍କୁ ଅବଗତ କରାଇ ଆସୁଛନ୍ତି ।

ତାଙ୍କର ଅଦମ୍ୟ ପ୍ରଚେଷ୍ଟା, ପ୍ରଗାଢ ନିଷ୍ଠା, ସେବା କାର୍ଯ୍ୟ ପ୍ରତି ଜନ୍ମଗତ ଆକର୍ଷଣ ତଥା ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ଜନ ସାଧାରଣଙ୍କ ନିକଟରେ ସେ ଅତ୍ୟନ୍ତ ପ୍ରିୟଭାଜନ ହୋଇ ପାରିଛନ୍ତି । ତାଙ୍କ ସମବୟସର ଝିଅ ମାନଙ୍କ ନିମନ୍ତେ, ସେ ଏକ ଆଦର୍ଶ ଏବଂ ପ୍ରେରଣାର ମୂର୍ତ୍ତିମନ୍ତ ପ୍ରତୀକ ।

new life
You might also like
error: Content is protected !!