News
WhatsApp Image 2023-10-04 at 17.25.00
samparksetu

ଲାଞ୍ଚ ନେବା ପଡିଲା ମହଙ୍ଗା, ଭିଜିଲାନ୍ସ ଟ୍ରାପରେ ଧରାପଡିଥିବା କିରାଣୀଙ୍କୁ ୨ ବର୍ଷ କାରାଦଣ୍ଡ

ଢେଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତଥା ବର୍ତ୍ତମାନ ବାଇଁଶିଆ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଟ୍ରାପ କରାଯାଇଥିଲା ।

ଏହି ମାମଲାରେ କିରାଣୀଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯିବା ସହିତ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ କନିଷ୍ଠ କିରାଣୀ ଭାବରେ କାର୍ଯ୍ୟରତ ଗଗନ ବିହାରୀ ସାହୁ ଜଣେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ କାର୍ଯ୍ୟକରିବା ପାଇଁ ଲଞ୍ଚ ମାଗିଥିଲେ । ଏହି
ଘଟଣାରେ ନିରାଶ ହୋଇ ଅବସରପ୍ରାପ୍ତ କର୍ମଚାରୀ ଜଣକ ଭିଜିଲାନ୍ସ ଦ୍ୱାରସ୍ଥ ହୋଇଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଟ୍ରାପ କରିବାରେ ସଫଳ ହୋଇଥିଲେ । ଏହି ମାମଲାଟି ଭିଜିଲାନ୍ସ ଅଦାଲତ ଟିଆର ନଂ୩୦/୨୦୧୭ ଦଫା ୧୩(ଆର)ପିସି ଆକ୍ଟ ୧୯୮୮ ଅନୁସାରେ ବିଚରାଧୀନ ଥିଲା । ବୁଧବାର ଦିନ ଢେଙ୍କାନାଳ ଭିଜିଲାନ୍ସର ସ୍ୱତନ୍ତ୍ର ଜଜ ଏହି ମାମଲାର ଶୁଣାଣୀ କରି ଟିଆର କେସ ୩୦/୨୦୧୭,କଟକ
ଭିଜିଲାନ୍ସ କେସ ୧୮/୨୦୦୯ର ବିଚାର କରି ଗଗନ ବିହାରୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୨ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି ।

ଅନାଦେୟ ଅଧିକ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିଥିବାର ଜଣାପଡିଛି ।ଏହି ମାମଲାଟିକୁ ପିପି ହେମନ୍ତ କୁମାର ଖଟୁଆ ପରିଚାଳନା କରୁଥିଲେ ।ଓଡିଶା ଭିଜିଲାନ୍ସ ବିଭାଗ ଏହି ମାମଲାକୁ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରିବା ସହିତ ଗଗନ ବିହାରୀଙ୍କୁ ଚାକିରୀରୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

new life
You might also like
error: Content is protected !!