News
WhatsApp Image 2023-10-04 at 17.25.00
samparksetu

ଖୋଲା କୂଅରେ ପଡି ନାବାଳକର ମୃତ୍ୟୁ ପରେ ସ୍କୁଲ କର୍ତ୍ତୃପକ୍ଷ ଙ୍କ ନିଦ ଭାଙ୍ଗିଲା , ଲାଗିଲା ଜାଲି

ମାମୁଁଘର ଗାଁକୁ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଘଟିଥିଲା ଅଘଟଣ । ଗତ ଅପ୍ରେଲ ୨୩ତାରିଖ ବିଳମ୍ବିତ ରାତିରେ ସ୍କୁଲ ପରିସରରେ ଅପେରା ଚାଲିଥିବା ବେଳେ ଖୋଲା କୂଅରେ ପଡି ନାବାଳକର ମୃତ୍ୟୁବରଣ କରିଥିବା ର ପନ୍ଦର ଦିନ ପରେ ସ୍କୁଲ କର୍ତ୍ତୃପକ୍ଷ ଙ୍କ ନିଦ ଭାଙ୍ଗିଛି ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଭୁବନ ବ୍ଲକ ଦିଘି ପଂଚାୟତ କାମାକ୍ଷାନଗର ଥାନା ସରଦେଇପୁରର କଇରାନାଳି ସ୍କୁଲ ପରିସରରେ । ମୃତ ନାବାଳକ ଜଣଙ୍କ ତୁମୁସିଙ୍ଗା ଥାନା ଅନ୍ତର୍ଗତ ଭଏରପୁର ପଂଚାୟତର ବୋଲୁଅ ଗାଁର ବିରଞ୍ଚି ନାୟକଙ୍କ ୧୨ ବର୍ଷୀୟ ପୁଅ ଶୁଭମ ନାୟକ । ଶୁଭମ ମାମୁଁ ଘରକୁ ନିଜ ପରିବାର ଲୋକଙ୍କ ସହିତ ଅପେରା ଦେଖିବାକୁ ଯାଇଥିଲେ । ବିଳମ୍ବିତ ରାତିରେ ଯାତ୍ରା ଚାଲିଥିବା ବେଳେ ପରିଶ୍ରା କରିବାକୁ ଆସି ପାଖରେ ଥିବା ଏକ ଖୋଲା କୂଅରେ ଖସି ପଡ଼ିଥିଲେ ।

ଯେଉଁ କୂଅ ଟିକୁ ସ୍କୁଲ ପରିଚାଳନା କମିଟି ଦ୍ୱାରା ମୋ ସ୍କୁଲ ଅଭିଯାନ ଯୋଜନା ଅର୍ଥ ରେ ଖୋଳା ଯାଇଥିଲା | ପରିବାର ଲୋକେ ବିଳମ୍ବିତ ରାତିରେ ବହୁ ଖୋଜା ଖୋଜି କରିଥିଲେ ମାତ୍ର ଶୁଭମଙ୍କ କୌଣସି ପତ୍ତା ପାଇନଥିଲେ । ପରଦିନ ସକାଳେ ଗ୍ରାମବାସୀ ଶୁଭମଙ୍କ ମୃତ ଦେହ କୂଅରେ ଭାସୁଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କ ମୃତ ଦେହ କୂଅରୁ ଉଦ୍ଧାର କରାଯାଇଥିଲା । ଏ ନେଇ ଖବର ପାଇ କାମାକ୍ଷାନଗର ପୋଲିସ ମୃତ ଦେହକୁ ଶବ ବ୍ୟବଚ୍ଛେଦ କାମାକ୍ଷାନଗର ମେଡ଼ିକାଲରେ କରାଯାଇଥିଲା ।ବର୍ତ୍ତମାନ ଉକ୍ତ କୂଅରେ ସ୍କୁଲ କର୍ତ୍ତୃପକ୍ଷ ଙ୍କ ଦ୍ୱାରା ଜାଲି ଲଗାଯାଇଛି ।

new life
You might also like
error: Content is protected !!