News
WhatsApp Image 2023-10-04 at 17.25.00
samparksetu

ଆକ୍ରମଣରେ ୫ ଝାଡ଼ୁ ବେପାରୀ ଆହତ !

ମହିଷାପାଟ ଠାରେ ରହି ଝାଡୁ ବିକ୍ରି କରୁଥିବା ବାହାର ରାଜ୍ୟର ବେପାରୀଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବାର ଜଣା ପଡ଼ିଛି । ଯେଉଁଥିରେ ୫ ଜଣ ଝାଡୁ ବେପାରୀ ଗୁରୁତ ଭାବେ ଆହତ ହୋଇଛନ୍ତି । ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ , କିଛି ମାସ ହେଲା ବାହାର ରାଜ୍ୟର କିଛି ଝାଡୁ ବେପାରୀ ପରିବାର ସହ ମହିଷାପାଟରେ ରହି ଝାଡୁ ତିଆରି କରି ବିକ୍ରି କରୁଛନ୍ତି । ଗତକାଲି ରାତିରେ ରୋଷେଇ କରି ରଖିଥିବା ବେଳେ କୁକୁର ଖାଇଦେଇଥିଲା । ଯାଉଁଥିରେ ରାଗି ଯାଇ କୁକୁରକୁ ଟେକା ମାରିଥିଲେ । ଏହାର କିଛି ସମୟ ପରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ପହଞ୍ଚି ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଯେଉଁଥିରେ ପୁରୁଷ ଓ ମହିଳା ମିଶି ମୋଟ ୫ ଜଣ ଗୁରୁତର ଆହତ ହୋଇଛନ୍ତି ।

new life
You might also like
error: Content is protected !!