ପାଇପରୁ ବାହାରୁଛି କଳା ମଚ ମଚ ପାଣି। ପିଇବା କଥା ଛାଡ଼ନ୍ତୁ, ଦେଖିଲେ ନାକ ଟେକି ହୋଇ ଯାଉଛି। ହେଲେ ନିରୂପାୟ କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ପଞ୍ଚାୟତ ର ତୁମୁସିଙ୍ଗା ଗାଁ ବାସୀ ଏ ପାଣି ପିଇବାକୁ ବାଧ୍ୟ। କାରଣ, ସେମାନଙ୍କ ପାଖରେ ନାହିଁ କୌଣସି ବିକଳ୍ପ।
ଗାଁ କୁ ପାନୀୟ ଜଳ ପ୍ରକଳ୍ପରେ ପାଇପ ଯୋଗେ ଯେଉଁ ପାଣି ଯୋଗାଇ ଦିଆଯାଉଛି , ପ୍ରାୟ ୧୫ ଦିନ ହେବ ସେଥିରୁ କଳା ପାଣି ଓ ଗୁଣ୍ଡ ବାହାରୁଛି ଯାହା ପିଇବା ଯୋଗ୍ୟ ହୋଇ ପାରୁନି । ଗାଁରେ ପ୍ରାୟ ୬୦୦ ପରିବାର ବସବାସ କରୁଥିବା ବେଳେ ଗାଁକୁ ଯାଇଥିବା ପ୍ରତିଟି ପାଇପ ରୁ ଏହି ଭଳି ପାଣି ଆସୁଥିବାର ଲୋକେ ଅଭିଯୋଗ କରିଛନ୍ତି । ଏ ନେଇ ସ୍ଥାନୀୟ ସରପଞ୍ଚ ଙ୍କୁ ଲୋକେ ଜଣାଇଥିବା ବେଳେ କୌଣସି ପଦକ୍ଷେପ ନିଆ ଯାଉନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।