News
WhatsApp Image 2023-10-04 at 17.25.00
samparksetu

ବିପଦ ସଙ୍କୁଳ ବିଦ୍ୟୁତ ତାର, ଚାଷ ଜମିକୁ ଯାତାୟତରେ ବାଧା

ଢେଙ୍କାନାଳ ସହର କୋରିଆଁ ଠାରୁ ନରଣପୁର ପର୍ଯ୍ୟନ୍ତ ବିଦ୍ୟୁତ୍ ତାର ବିପଦ ସଙ୍କୁଳ ଭାବରେ ଝୁଲି ରହିଛି । ଫଳରେ ଚାଷୀ ମାନେ ଜମିକୁ ଯାତାୟତ କରିବାରେ ଅସୁବିଧା ହେଉଥିବାରୁ ଏହାର ପ୍ରତିକାର ନିମନ୍ତେ ଦାବି କରିଛନ୍ତି ।

ଗୁଣ୍ଡିଚାପଡ଼ା ଗ୍ରୀଡ ଠାରୁ ନରଣପୁର ପର୍ଯ୍ୟନ୍ତ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ଜମି ମଧ୍ୟ ଦେଇ ଟଣାଯାଇଛି । ଚାଷ ଜମି ଉପରେ ଏହି ତାର ଟଣା ଯାଇଥିବା ବେଳେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଫଳରେ ଚାଷୀ ମାନେ ଚାଷ କାର୍ଯ୍ୟପାଇଁ ଜମିକୁ ଜୀବନକୁ ବାଜି ଲଗାଇ ଯାତାୟତ କରୁଛନ୍ତି । ଏଣୁ ବିଦ୍ୟୁତ ତାରକୁ ସଜାଡିବା ପାଇଁ କୋରିଆଁ ଗ୍ରାମର ଚାଷୀ ପୁରସ୍ତମ ପରିଡା,ସାରଙ୍ଗଧର ସାହୁ,ଶୁଭକାନ୍ତ ପରିଡା,ଶରତ ସାହୁ, ଗୋବିନ୍ଦଚନ୍ଦ୍ର ସ୍ୱାଇଁ,ଯଦୁନାଥ ବରାଳ,ପ୍ରଶାନ୍ତ ସ୍ୱାଇଁ ପ୍ରମୁଖ ଲିଖିତ ଭାବରେ ବିଦ୍ୟୁତ୍ ବିଭାଗ ଏସଡିଓଙ୍କୁ ଜଣାଇଛନ୍ତି ।

new life
You might also like
error: Content is protected !!