News
WhatsApp Image 2023-10-04 at 17.25.00
samparksetu

ପୋଖରୀ ରେ ବୁଡି ଯୁବକ ମୃତ

ପୋଖରୀ ରେ ବୁଡି ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି l ମୃତକ ହେଲେ କାମାକ୍ଷାନଗର ଥାନା ଜୟପୁରାକାଟିଣି ଗାଁର ଶିରିଣି ପ୍ରଧାନ l ଶିରିଣି ଆଜି ସକାଳୁ ସ୍ଥାନୀୟ ପୋଖରୀ କୁ ଗାଧେଇବାକୁ ଯାଇଥିଲେ l ଗାଧୋଉଥିବା ସମୟରେ ପାଣି ଭିତରେ ତାଙ୍କ ଗୋଡ଼ ଖସି ଯାଇଥିଲା l

ଫଳରେ ସେ ପାଣିରେ ବୁଡି ଯାଇଥିଲେ l ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲ ରେ ଭର୍ତି କରାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଶବ କୁ ଜବତ କରିବା ସହ ମୃତଦେହ କୁ ବ୍ୟବଚ୍ଛେଦ ପାଇଁ ଭ ପଠାଇଛି ।

new life
You might also like
error: Content is protected !!