News
WhatsApp Image 2023-10-04 at 17.25.00
samparksetu

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ କାଉଁରିଆପାଳ ଜଣେ ବୃଦ୍ଧା ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ବୃଦ୍ଧ ହେଲେ କାଉଁରିଆପାଳ ର ଦୁଃଶାସନ ସ୍ୱାଇଁ(୬୦) ।

ସୂଚନା ଅନୁଯାୟୀ , ଆଜି ସକାଳୁ ଗାଁ ପାଖ ଜଙ୍ଗଲକୁ ଦୁଃଶାସନ ଜାଳେଣି କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା । ସେ ଘରକୁ ଫେରିବାରେ ବିଳମ୍ବ ହେବାରୁ ତାଙ୍କୁ ବହୁ ଖୋଜାଖୋଜି ପରେ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା ।

ଦୁଃଶାସନ ଜଣେ ପୂର୍ବତନ ଭାରତୀୟ ସେନା କର୍ମଚାରୀ ଅଟନ୍ତି । ଅନେକ ବର୍ଷ ହେଲାଣି ଅବସର ନେବା ସତ୍ତ୍ୱେ ଆଧାର କାର୍ଡ ଓ ଅନ୍ୟାନ୍ୟ କାଗଜପତ୍ରରେ ତ୍ରୁଟି ଯୋଗୁଁ ପେନସନ ପାଇବାରୁ ବଞ୍ଚିତ ହୋଇ ଅଭାବ ଅନଟନରେ ଚଳି ଆସୁଛନ୍ତି ।

new life
You might also like
error: Content is protected !!