News
WhatsApp Image 2023-10-04 at 17.25.00
samparksetu

କଳା ପଲସର ଆତଙ୍କ , ମହିଳାଙ୍କ ଠାରୁ ଲୁଟିନେଲେ ୪୦ ହଜାର ଟଙ୍କା

ବ୍ୟାଙ୍କରୁ ଟଙ୍କା ଉଠାଇବା ଫେରୁଥିବାବେଳେ, ଅଧା ବାଟରୁ ଗୋଟିଏ କଳାରଙ୍ଗର ପଲସର ବାଇକରେ ଆସି ଟଙ୍କା ବ୍ୟାଗଟି ଛଡାଇନେଇ ଫେରାର ହୋଇଗଲେ ୩ ଦୁର୍ବୃତ୍ତ ।

ଲୁଟର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ କଙ୍କଡାହାଡ ଥାନା ରହଣି ଗ୍ରାମର ସିତା ବାରିକ। ସୂଚନା ମୁତାବକ ଆଜି ଦିନ ପ୍ରାୟ ୧୨ଟା ବେଳକୁ ସିତା ବିରାଶାଳ ଗ୍ରାମ୍ୟ ବ୍ୟାଙ୍କରୁ ୪୦ ହଜାର ଟଙ୍କା ଉଠାଇ ଏକ ବ୍ୟାଗରେ ଟଙ୍କା ନେଇ ଘରକୁ ଫେରୁଥିଲେ । ଫେରିବା ବାଟରେ ନୂଆ ରହଣି ରାସ୍ତାରେ ଏକ ନିଛାଟିଆ ସ୍ଥାନରେ କଳାରଙ୍ଗର ଏକ ପଲସର ବାଇକରେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କ ଟଙ୍କା ବ୍ୟଗଟି ଝାମ୍ପିନେଇ ଆଖି ପିଛୁଳାକେ ଫେରାର ହୋଇ ଯାଇଥିଲେ ।ପୋଲିସ ରେ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଥିଲା ।

new life
You might also like
error: Content is protected !!