News
WhatsApp Image 2023-10-04 at 17.25.00
samparksetu

ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ପାସ ହାର ୯୫.୩୧% , ରାମେଶ୍ୱରୀ ମାଟ୍ରିକ ଜିଲ୍ଲା ଟପ୍ପର

ଢେଙ୍କାନାଳ ଜିଲ୍ଲାରେ ଚଳତି ବର୍ଷ ମାଟ୍ରିକ ପରୀକ୍ଷାରେ ପାସ ହାର ୯୫.୩୧ ପ୍ରତିଶତ ରହିଥିବାର ଜଣାପଡିଛି । ମୋଟ ୧୫ ହଜାର ୯୭୬ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୧୫ ହଜାର ୨୨୭ ଜଣ ପାସ କରିଥିବାର ଜଣାପଡ଼ିଛି । ଢେଙ୍କାନାଳ ଜିଲ୍ଲାରେ ୨୬୮ଟି ବିଦ୍ୟାଳୟର ୧୫ ହଜାର ୮୯୭୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଆଜି ପ୍ରକାଶିତ ମାଟ୍ରିକ ପରୀକ୍ଷା ଫଳ ଅନୁସାରେ ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ-୧ରେ ୮୨ ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ଏ-୨ରେ ୭୧୦ ଜଣ,ବ-ି ୧ରେ ୨ ହଜାର ୧୬୧ଜଣ,ବ-ି ୨ରେ ୩ହଜାର ୩୦୪ଜଣ,ସିଗେଡ୍ର ରେ ୩ ହଜାର ୫୮୧ଜଣ,ଡିଗେଡ୍ର ରେ ୨ ହଜାର ୮୯୬ଜଣ,ଇ ଗେଡ୍ର ରେ ୨ ହଜାର ୪୯୩ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ମୋଟ ୧୫ ହଜାର ୨୨୭ଜଣ ପାସ କରିଥିବାର ଜଣାପଡିଛି ।ସେମାନଙ୍କ ମଧ୍ୟରୁ ୭ ହଜାର ୯୧୮ ଜଣ ଛାତ୍ର ପାସ କରିଥିବା ବେଳେ ୭ ହଜାର ୩୦୯ ଜଣ ଛାତ୍ରୀ ପାସ କରିଛନ୍ତି । ଜିଲ୍ଲାରେ ମୋଟ ୪୨୯ଜଣ ଫେଲ ହୋଇଥିବା ବେଳେ ୩୯ ଜଣ ପରୀକ୍ଷାରେ କପି କରି ଫେଲ ହୋଇଛନ୍ତି ।

ସେହିପରି ଏକ୍ସରେଗୁଲାର ୧୧୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୯ ଜଣ ପାସ କରିଥିବାର ଜଣାପଡ଼ିଛି ।ଚଳିତ ବର୍ଷ ୨୦୨୨ ତୁଳନାରେ ପାସ ହାର ବୃଦ୍ଧି ପାଇଥିଲେ ମଧ୍ୟ ଏ-୧,ଏ-୨,ବ-ି ୧,ବ-ି ୨ରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବହୁତ ହ୍ରାସ ପାଇଥିବାର ଜଣାପଡିଛି ।

ଜିଲ୍ଲାର ସର୍ବପୁରାତନ ଉଚ୍ଚ ବିଦ୍ୟାଳୟ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଶତପ୍ରତିଶତ୍ ସଫଳତା ହାସଲ କରିଥିବାର ଜଣାପଡିଛି । ମୋଟ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୧୬୮ ଜଣ ଛାତ୍ରଛାତ୍ରୀ ପାସ କରିଥିବାର ଜଣାପଡିଛି । ସେମାନଙ୍କ ମଧ୍ୟରୁ ଏ-୧ରେ ୩ଜଣ,ଏ-୨ରେ ୬ଜଣ,ବ-ି ୧ରେ ୨୫ଜଣ,ବ-ି ୨ରେ ୩୬ଜଣ,ସେି ର ୫୧ଜଣ,ଡେି ର ୨୮ଜଣ ଛାତ୍ରଛାତ୍ରୀ ପାସ କରିଥିବାର ଜଣାପଡିଛି ।

ବିଦ୍ୟାଳୟର ଶୁଭସ୍ମିତା ସାହୁ ମୋଟ ୬ଶହ ନମ୍ବରରୁ ୫୬୨ ନମ୍ବର ରଖିଥିବା ବେଳେ ଦିବ୍ୟଜ୍ୟୋତି ମହାରଣା ୫୫୨ନମ୍ବର, ସ୍ମୃତି ସୁମନ ସାହୁ ୫୪୬ ନମ୍ବର ରଖିଥିବାର ଜଣାପଡିଛି । ସଫଳତା ଅର୍ଜନ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ସ୍ୱାଗତ କରାଯାଇଛି ।

କାମାକ୍ଷାନଗର କାନପୁରା ସ୍ଥିତ ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ ରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବାର ଜଣାପଡିଛି । ଚଳିତ ବର୍ଷ ଏ-୧ରେ ୮ ଜଣ ଏବଂ ଏ-୨ରେ ୫୧ଜଣ ଛାତ୍ରାଛାତ୍ରୀ କୃତିତ୍ୱ ଅର୍ଜନ କରିଛନ୍ତି ।ଚଳିତ ବର୍ଷ ମୋଟ ୧୭୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ଏ-୧ରେ ୮ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଏ-୨ରେ ୫୧ଜଣ, ବି-୧ରେ ୬୦ଜଣ, ବି-୨ରେ୨୯ ଜଣ, ସ-ି ରେ ୧୩ଜଣ, ଡିରେ ୧୩ଜଣ, ଇ ଗ୍ରେଡରେ ୨ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି ।

ସେମାନଙ୍କ ମଧ୍ୟରୁ ପ୍ରୀୟମ କୁମାର ମଲିକ ୫୫୬ ନମ୍ବର ରଖିଥିବା ବେଳେ ସଟିଜିତ ବେହେରା ୫୫୬ ,ସତିଶ କୁମାର ସେଠୀ ୫୪୮,ବର୍ଷା ପ୍ରୀୟଦର୍ଶନୀ ନାୟକ ୫୪୭,ପ୍ରେମ ଜିତ ରାଉତ ୫୪୭,ରମ୍ୟରଞ୍ଜନ ବେହେରା ୫୪୩,ଅନୁସୟା ସାହୁ୫୪୦ ଓ ସୂର୍ଯ୍ୟ ନାରାୟଣ ସେଠୀ ୫୪୦ ନମ୍ବର ରଖି ବିଦ୍ୟାଳୟର ସୁନାମ ଆଣିଛନ୍ତି ।

ଓଡାପଡା ବକ୍ଲ ଧଳପରୁ ସ୍ଥିତ ଧଳପରୁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରାମେଶ୍ୱରୀ ନନ୍ଦ ଜିଲ୍ଲା ଟପ୍ପର ହୋଇଥିବାର ଜଣାପଡିଛି । ରମେଶ୍ୱରୀ ମୋଟ ୬ଶହ ନମ୍ବରରୁ ଶତକଡା ୯୭ ପ୍ରତିଶତ ନମ୍ବର ରଖି ଏହି ଗୌରବ ଅର୍ଜନ କରିଛନ୍ତି ।

ସେହିପରି ଗଁଦିଆ ବ୍ଲକ ଅନ୍ତର୍ଗତ ଗଁଦିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରୋଜାଲିନି ସ୍ବାଇଁ ମୋଟ୫୬୮ ନମ୍ବର ରଖି ଗଁଦିଆ ବ୍ଲକରେ ଟପ୍ପର ହୋଇଥିବାର ଜଣାପଡିଛି।

ଅନ୍ୟପଟେ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ମାଟ୍ରିକ ବୋର୍ଡ ପରୀକ୍ଷାରେ ଟପର ହେଲେ କରମୂଳ ଗ୍ରାମର ରମାକାନ୍ତ ସାହୁ ଙ୍କ ପୁଅ ଲୋକନାଥ ସାହୁ । ସେ ୫୫୧ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

new life
You might also like
error: Content is protected !!