News
WhatsApp Image 2023-10-04 at 17.25.00
samparksetu

କନ୍ତୋଲ ରେ ଜମି ହଡ଼ପକୁ ନେଇ ତହସିଲ ଅଫିସ ଘେରାଉ ଚେତାଵନୀ

କାନ୍ତୋଲ ଗ୍ରାମବାସୀଙ୍କ ଯାତ୍ରା ପଡ଼ିଆ ୧୨୯ ଡେସିମିଲ୍ ଯାଗାକୁ ଚଚଂକତା କରି ଲୁଟି ନେଲେ ତହସିଲ କର୍ମଚାରୀ । ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀଙ୍କ ଅଭିଯୋଗର ୬ ଦିନ ଵିତିଯାଇଥିଲ ମଧ୍ୟ କୈ‌।ଣସି ପଦକ୍ଷେପ ନହେବାରୁ ଗ୍ରାମବାସୀ ହେଲେ ମେଳି । ପଟ୍ଟା ଖାରଜ ନହେଲେ ପୀଠ ସ୍ଥଳୀରେ ବୋହିବ ରକ୍ତର ନଦୀ ଜିଲ୍ଲା ପ୍ରଶାସନକୁ କାନ୍ତୋଲ ବାସୀଙ୍କ ଚେତାବନୀ ।

ସୂଚନା ଥାଉକି , କାମାକ୍ଷାନଗର ଉପଖଣ୍ଡ କଙ୍କଡାହାଡ଼ ତହସିଲ ଅନ୍ତର୍ଗତ କାନ୍ତୋଲ ଗ୍ରାମର ଗ୍ରାମବାସୀ ମାନେ ଏକ ଶହ ବର୍ଷ ପୂର୍ବରୁ କାନ୍ତୋଲ ଗ୍ରାମର ଖ୍ୟାତା ନଂ ୩୯ ପ୍ଲଟ୍ ନଂ ୩୦୭ ୨୭ଡ଼େସି. ମିଲ,ପ୍ଲଟ ନଂ ୩୧୨ ୫ଡ଼େସି ମିଲ , ପ୍ଲଟ ନଂ ୩୦୬ ର ୫୮ ଡ଼େସି. ମିଲ, ଖାତା ନଂ ୫୦/୬ରେ ପ୍ଲଟ ନଂ ୩୦୯ ର ୧୯ଡ଼େସି. ମିଲ, ଓ ପ୍ଲଟ ନଂ ୩୧୦ ରେ ୨୦ ଡ଼େସି. ମିଲ, ଏହି ଯାଗାରେ ଦୋଳଯାତ୍ରା, ଶନିଦେବଙ୍କ ମନ୍ଦିର,ଯାତ୍ରା ପେଣ୍ଡାଲ, ରାଧାକୃଷ୍ଣ ମନ୍ଦିର ଓ ଅଙ୍ଗନୱାଡି ଘର ଇତ୍ୟାଦି ଗ୍ରାମର ସମସ୍ତ ପର୍ବପର୍ବାଣୀ ହୋଇ ଆସୁଥିଲା ।

୨୦୧୮ ମସିହାରେ କଙ୍କଡାହାଡ ତହସିଲ୍ ଅଫିସରେ ପିଅନ ଭାବରେ କାର୍ଯ୍ୟ କରୁଥିବା ହରମୋହନ ତ୍ରିପାଠୀ, ଗ୍ରାମ ଜାଗାକୁ ଚଚଂକତା କରି ତତ୍ କାଳିନ ତହସିଲଦାର୍ ,ଆରଆଇ ଓ ଅନ୍ୟ କର୍ମଚାରୀଙ୍କ ସହାୟତାରେ ଦେବା ଦେବୀ ଙ୍କ ପୀଠ ସ୍ଥଳକୁ ହରମୋହନ ତ୍ରିପାଠୀ ନିଜ ସ୍ତ୍ରୀ ମୋତି ପଣ୍ଡାଙ୍କ ନାମରେ ପଟ୍ଟା କରିଥିବାର ଗ୍ରାମବାସୀ ଜାଣିବାକୁ ପାଇଥିଲେ, ଯାଗା ଗୁଡିକ ଗ୍ରାମବାସୀଙ୍କ ଦଖଲରେ ଥିବାବେଳେ ଗ୍ରାମର ସମସ୍ତ ପର୍ବପର୍ବାଣୀ କାର୍ଯ୍ୟରେ ଲାଗୁଥିଲା ।

ସେହି ପଡିଆକୁ ସେ ଜାଲିଆତି କରି ସେମାନଙ୍କ ନାମରେ କରିଛନ୍ତି । କାନ୍ତୋଲ ଗ୍ରାମବାସୀ ଜାଲିଆତି ପଟ୍ଟାକୁ ଖାରଜ କରିବାପାଇଁ ଗତ ୧୫ ତାରିଖ ଦିନ କାମାକ୍ଷାନଗର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜନଶୁଣାଣି ଶିବିରରେ ୫ ଶହରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଜିଲ୍ଲା ପାଳଙ୍କୁ ଅଭିଯୋଗ କରିଥିଲେ । ଜଣେ ତହସିଲ ଅଫିସର ପିଅନ ହୋଇ ଗ୍ରାମ ସମ୍ପତି କୁ ନିଜ ନାମରେ ପଟ୍ଟା କରିନେବା ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଏବଂ ଯେଉଁ ତହସିଲ ଅଫିସର କର୍ମଚାରୀ ମାନେ ଏଥିରେ ସମ୍ପୃକ୍ତ ରହିଛନ୍ତି ।

ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପଟ୍ଟାକୁ ଖାରଜ କରିବା ପାଇଁ ଅଭିଯୋଗ କରିବା ବେଳେ ୬ ଦିନ ବିତି ଯାଇଥିଲେ ମଧ୍ୟ କୈ।ଣସି କର୍ମଚାରୀ ନଆସିବାରୁ ୨୦ ତାରିଖ ଦିନ ଚିଲଦା,ମାଣ୍ଡିଆ ପଡା,ଓ କାନ୍ତୋଲ ଗ୍ରାମବାସୀ ମାନେ ସେହି ପୀଠ ସ୍ଥଳୀରେ ମେଳି ହୋଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ପଟ୍ଟା ଖାରଜ ନ ହେଲେ ଏହି ପୀଠ ସ୍ଥଳୀରେ ରକ୍ତର ନଦୀ ବୋହିବ ବୋଲି ଚେତାବନୀ ଦେଇଛନ୍ତି ।

ଏହି ମେଳିରେ ଗ୍ରାମର ସଭାପତି ସରୋଜ ଚନ୍ଦ୍ର ଦେହୁରୀ ,ପ୍ରମୋଦ କୁମାର ହେନ୍ତାଳିଆ,ନୀଳମଣି ମହାନ୍ତ, ସଂଯୁକ୍ତା ମହାନ୍ତ, ସୁମନାଥ ଦେହୁରୀ, ସସ୍ମିତା ମହାନ୍ତ, ରୀତା ମହାନ୍ତ, ଜଳଧର ଲୋହାର, ଗୋବରର୍ଦ୍ଧନ ସିଂହ, ନାରଦ ମହାନ୍ତ, ଦ୍ରୋପତି ଦେହୁରୀ, ପ୍ରମ୍ମୁଖ ୩୦୦ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଯୋଗଦେଇ କଙ୍କଡ଼ାହାଡ଼ ତହସିଲ୍ ଅଫିସକୁ ଘେରାଉ କରିବା ପାଇଁ ଚେତାବନୀ ଦେଇଛନ୍ତି ।

new life
You might also like
error: Content is protected !!