News
WhatsApp Image 2023-10-04 at 17.25.00
samparksetu

ବିଦ୍ୟୁତ ପ୍ରକଳ୍ପ ନିମନ୍ତେ ଇଡକୋର ଜମି ଅଧିଗ୍ରହଣ , ନାଳ ୨ପାର୍ଶ୍ଵରେ ପାଚେରୀ ନିର୍ମାଣକୁ ନେଇ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲା ଗଁଦିଆ ନେଉଳପୋଇ ଠାରେ ପ୍ରସ୍ତାବିତ ସେସକ କମ୍ପାନୀ ଜମିରେ ନୂତନ ପ୍ରକଳ୍ପ ହେବାକୁ ଯାଉଛି । କିନ୍ତୁ ସେସକ କମ୍ପାନୀକୁ ଜମି ଦେଇ ନିଜର କ୍ଷତିପୂରଣ ପାଇନଥିବା ପ୍ରଜାମାନେ ନାଳ ପାର୍ଶ୍ଵରୁ ପାଚେରୀ ହଟାଇବା ସହିତ ଆମ୍ବ ବଗିଚାକୁ ଯାତାୟତ କରିବା ସହିତ ସେମାନଙ୍କୁ ଆରପିଡିଏସି ବୈଠକ କରି ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ଜିଲ୍ଳାପାଳଙ୍କ ନିକଟରେ ଦାବି କରିଛନ୍ତି ।

୨୦୧୩ ମସିହାରେ ଗଁଦିଆ ବ୍ଲକ ଅନ୍ତର୍ଗତ ନେଉଳପୋଇ ଠାରେ ସେସକ୍ ନାମକ ଏକ କୋଲକୋତା ବେସଡ୍ କମ୍ପାନୀ ପାୱାର ପ୍ଲାଣ୍ଟ କରିବା ପାଇଁ ରାଜ୍ୟସରକାରଙ୍କ ସହିତ୨୬ ନଭେମ୍ବର ୨୦୧୩ରେ ଏମଓୟୁ ସ୍ୱାକ୍ଷର କରିଥିଲା । ପ୍ରାୟ ୪ ହଜାର ୪୨ କୋଟି ଟଙ୍କା ବିନିମୟରେ ୧୨ଶହ ଏକର ଜମିରେ ସ୍ଥାପିତ ହେବାକୁ ଥିବା ଏହି କୋଇଲା ଭିତ୍ତିକ ପାୱାର ପ୍ଲାଣ୍ଟ ୧ହଜାର ୩୨୦ ମେଗାୱାଟ ବିଜୁଳି ଉତ୍ପାଦନର ଲକ୍ଷ୍ୟ ରଖିଥିଲା ।

୨୦୦୮ ମସିହାରୁ ଜମି ଅଧିଗ୍ରହଣ କରିବା ସହିତ ୧୬୧ ଏକର ଜମି ସେସକ କମ୍ବାନୀ ସିଧାସଳଖ ଭାବରେ ପ୍ରଜାମାନଙ୍କ ଠାରୁ କ୍ରୟ କରିଥିଲା । କାରଖାନା କର୍ତ୍ତୃପକ୍ଷ ପ୍ରଜାମାନଙ୍କୁ କେବଳ ଜମିର ମୂଲ୍ୟ ଦେଇଥିବା ବେଳେ ଜମି ଉପରେ ଥିବା ଗଛ ଏବଂ ଅନ୍ୟାନ୍ୟ ଉପକରଣର ମୁଲ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଦାନ କରିନାହିଁ । କ୍ଷତିପୂରଣ ପାଇବା ପାଇଁ ପ୍ରଜାମାନେ ୧୩ ଦଫା ଦାବିପତ୍ର ପ୍ରଦାନ କରିଥିବା ବିଗତ ଦିନ ମଧ୍ୟରେ ଦୁଇଟି ଆରପିଡିଏସି ବୈଠକ ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିଲା ନାହିଁ ।

ଜମିର ମୂଲ୍ୟ ଏକର ପ୍ରତି ୧୨ଲକ୍ଷ ପ୍ରଦାନ ନିମନ୍ତେ ପ୍ରସ୍ତାବଦିଆଯାଇଥିବା ବେଳେ ଆରଆର ପଲିସି ଆଧାରାର ୧୨ଗୋଟି ଦଫାକୁ ପୂରଣ କରିବାକୁ ଆରପିଡିଏସି ଅଧ୍ୟକ୍ଷ,କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଥିଲେ ।୨୦୧୭ ମସିହାରେ ଏହି ସେସକ କମ୍ପାନୀ କାର୍ଯ୍ୟରୁ ଓହରି ଯାଇଥିବା ବେଳେ ଇଡକୋ କର୍ତ୍ତୃପକ୍ଷ ଜମିରେ ପାଚେରୀ ନିର୍ମାଣ କରିବା ନିମନ୍ତେ ଜିଲ୍ଲାପାଳ ବୈଠକରେ ନିଷ୍ପତି ହୋଇଛି ।

ଦୀର୍ଘ ୧୧ ବର୍ଷ ଧରି ଆରପିଡିଏସି ବୈଠକ ହୋଇନଥିବା ବେଳେ ଜମି ଏକର ପ୍ରତି ୨୦ଲକ୍ଷ ଟଙ୍କା ପ୍ରଦାନ ସହିତ ଆରଆର ପଲିସ ଆଧାରରେ କ୍ଷତିପୂରଣ ଦେବାକୁ ପ୍ରଜାମାନେ ଦାବି କରିବା ସହିତ ଜମିରେ କେବଳ ପାଚେରୀ ନିର୍ମାଣ କରିବାକୁ କହିଥିଲେ ।ଏହାକୁ ନେଇ ଗ୍ରାମବାସୀ ମାନେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ଅଦାଲତଙ୍କ ନିର୍ଦ୍ଦେଶରେ ଯେ ପର୍ଯ୍ୟନ୍ତ ଆରପିଡିଏସି ବୈଠକରେ ସମସ୍ୟାର ସମାଧାନ ନହୋଇଛି ସେ ପର୍ଯ୍ୟନ୍ତ କେବଳ ଜମି ଉପରେ ପାଚେରୀ ନିର୍ମାଣ କରାଯିବ ଏବଂ ପ୍ରଜାମାନଙ୍କୁ ଜମିକୁ ଯାତାୟତ କରିବା ସହିତ ଆମ୍ବ ଚାଷ ଜନିତ କାର୍ଯ୍ୟ କରିବାକୁ ପ୍ରଜାମାନଙ୍କୁ ଅନୁମତି ମିଳିବ ।

କିନ୍ତୁ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଅନୁସାରେ କ୍ଷତିଗସ୍ତ ପ୍ରଜାମାନଙ୍କୁ କୌଣସି ଲିଖିତ ପ୍ରତିଶୃତି ପ୍ରଦାନ କରାଯାଇନଥିବାବେଳେ ଚିରାଚରିତ ନାଳକୁ ଇଡକୋ ପାଚେରୀ ଦେଇ ଦୁଇ ପାଶ୍ୱର୍ରୁ ବନ୍ଦ କରିଦେଇଛନ୍ତି । ଏହି ଜମିରେ ୱାରି ଏନର୍ଜି ଲିମିଟେଡ ପ୍ରକଳ୍ପ କରିବାକୁ ଯାଉଥିବାର
ଜଣାପଡିଛି । ଏହାକୁ ନେଇ କ୍ଷତିଗ୍ରସ୍ତ ପ୍ରଜାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହିତ ନାଳର ଦୁଇପାଶ୍ୱର୍ରୁ ପାଚେରୀ ହଟାଇବା ସହିତ ୧୬୧ ଏକର ଜମିରେ ଥିବା ସମସ୍ତ ଉପକରଣର ମୂଲ୍ୟ ନିର୍ଦ୍ଧାରଣ କରି ପ୍ରଜାମାନଙ୍କର ଦାବି ପୂରଣ ସହିତ ଉଚ୍ଚ ନ୍ୟାୟାଳୟର ଆଦେଶ ଅନୁସାରେ ଲିଖିତ ଘୋଷଣାନାମା ପ୍ରଦାନ କରିବାକୁ କ୍ଷତିଗ୍ରସ୍ତ ପ୍ରଜାମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଲିଖିତ ଭାବରେ ଜିଲ୍ଳାପାଳ,ଏସପି,ଇଡକୋ କର୍ତ୍ତୃପକ୍ଷ ଙ୍କୁ ଲିଖିତ ଭାବରେ ଜଣାଇଛନ୍ତି ।

new life
You might also like
error: Content is protected !!