News
WhatsApp Image 2023-10-04 at 17.25.00
samparksetu

ରଥଯାତ୍ରା ପାଇଁ ହିନ୍ଦୋଳରେ ପ୍ରସ୍ତୁତି ବୈଠକ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ହେବାକୁ ଥିବା ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶିବାନନ୍ଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ତହସିଲଦାରଙ୍କ ସମ୍ମିଳନୀ କକ୍ଷରେ ଅପରାହ୍ନ ୧୨ଘଣ୍ଟାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ହିନ୍ଦୋଳ ତହସିଲଦାର ସୁଶାନ୍ତ ମିଶ୍ର , ବିଡ଼ିଓ ଶିବଶଙ୍କର ମିଶ୍ର , ଉପଖଣ୍ଡ ଆରକ୍ଷୀଅଧିକାରୀ, ଏନ ଏ ସି ଅଧ୍ୟକ୍ଷ କେଶବ ପ୍ରଧାନ, ଥାନା ଭାରପ୍ରାପ୍ତ ଅଧିକାରୀ ଚାରୁଲତା ବେହେରା, ଉପଖଣ୍ଡ ଚିକିତ୍ସାଧିକାରୀ ସୁଧାଂଶୁ ମିଶ୍ର, ଅତିରିକ୍ତ ଉପଜିଲ୍ଲାପାଳ ଗଜାନନ ପ୍ରଧାନ, ଅନ୍ୟତମ ଅତିରିକ୍ତ ଉପଜିଲ୍ଲାପାଳ ଗଣ, ଅଗ୍ନିଶମ ଅଧିକାରୀ, ଅବକାରୀ ଅଧିକାରୀଙ୍କ ସହ ସମସ୍ତ ଉପଖଣ୍ଡସ୍ତରୀୟ ଅଧିକାରୀ ମାନେ, ବରିଷ୍ଠ ପୂର୍ବତନ କାଉନସିଲର,ସାମ୍ବାଦିକ, ବୁଦ୍ଧିଜୀବୀ ଗଣ ଉପସ୍ଥିତ ରହିଥିଲେ ।

ଏହି ବୈଠକରେ ଚଳିତ ୨୦/୬/୨୩ ରେ ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁଙ୍କ ଘୋଷଯାତ୍ରା କିଭଳି ଶାନ୍ତିଶୃଙ୍ଖଳାରେ ଅନୁଷ୍ଠିତ ହେବା, ଭକ୍ତମାନଙ୍କୁ ସ୍ୱାସ୍ଥ୍ୟ ସେବା, ବିଦ୍ୟୁତ ଯୋଗାଣ, ରାସ୍ତାଘାଟ ପରିମଳ, ଶାନ୍ତିଶୃଙ୍ଖଳା ସର୍ବୋପରି ଠାକୁରଙ୍କ ନୀତିକାନ୍ତି ସମ୍ପର୍ଣ୍ଣ ଉପରେ ଗୁ୍ରୁତ୍ୱାରୋପ ଦିଆଯିବା ସହ ସୁଚାରୁରୂପେ ତୁଲାଇବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ଉଲ୍ଲେଖ ଯୋଗ୍ୟ କି , ଚଳିତ ବର୍ଷ ନୂତନ ରଥ ନିର୍ମାଣ କରାଯାଇଛି । ପଚାଶ ବର୍ଷର ପୁରୁଣା ରଥ ବଦଳରେ ନୂତନ ରଥ ନିର୍ମାଣ ନିମାନେ ହିନ୍ଦୋଳର ଜନପ୍ରିୟ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶିବାନନ୍ଦ ସ୍ୱାଇଁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଉଦ୍ୟମରେ ସମସ୍ତ ସରକାରୀ ଅଧିକାରୀ ଓ ହିନ୍ଦୋଳ ଜନସାଧାରଣଙ୍କ ସହଯୋଗରେ ନୂତନ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ରଥଯାତ୍ରା ଠାରୁ ବାହୁଡା଼ ଯାତ୍ରା ପର୍ଯ୍ୟନ୍ତ ନଅ ଦିନ ପର୍ଯ୍ୟନ୍ତ ହେଉଥିବା ଏହି ହିନ୍ଦୋଳ ପ୍ରସିଦ୍ଧ ତଥା ହିନ୍ଦୋଳର ଗୌରବମୟ ଗାଥା ବହନ କରୁଥିବା ଘୋଷ ଯାତ୍ରା ପାଇଁ ସ୍ଥାନୀୟ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରଥଯାତ୍ରା ଦିନ ପ୍ରବଳ ଜନ ସାମାଗମକୁ ଆଖି ଆଗରେ ରଖାଯାଇ ଗତଥର ରଥଟଣା ଓ ଆଇନ ଶୃଙ୍ଖଳା ବ୍ୟବସ୍ଥା ସୁଚାରୁରୂପେ ତୁଲାଇଥିବା ଥାନା ଭାରପ୍ରାପ୍ତ ଅଧିକାରିଣୀ ଶ୍ରୀମତୀ ଚାରୁଲତା ବେହେରାଙ୍କ ନେତୃତ୍ବରେ ଉପଖଣ୍ଡ ଆରକ୍ଷୀ ବାହିନୀ ଉପରେ ଆଇନ ଶୃଙ୍ଖଳା ପାଇଁ ପୁନଃ ଆସ୍ଥାପ୍ରକଟ ପ୍ରଶାସନ କରିଛନ୍ତି ଏବଂ ପ୍ରଶାସନ ତରଫରୁ ହିନ୍ଦୋଳ ଜନସାଧାରଣ ଙ୍କୁ ସହଯୋଗ ପାଇଁ ନିବେଦନ କରାଯାଇଛି ।

new life
You might also like
error: Content is protected !!