News
WhatsApp Image 2023-10-04 at 17.25.00
samparksetu

ବଜ୍ରପାତରେ ୧୩ ମେଣ୍ଢା ଙ୍କ ଚାଲିଗଲା ଜୀବନ

ବଜ୍ରପାତରେ ଚାଲିଗଲା ୧୩ ମେଣ୍ଢାଙ୍କ ଜୀବନ । ଢେଙ୍କାନାଳ କାଇମାଟି ଆଛନ୍ଦ ଗାଁର ବିପିନ ବିହାରୀ ବେହେରାଙ୍କର ୧୩ଟି ମେଣ୍ଢା ମରିଥିବା ଜଣାଯାଇଛି। ଆଜିର କାଳବୈଶାଖୀ ବର୍ଷା ବେଳେ ବଜ୍ରପାତ ଘଟି ଏପରି ଅଘଟଣ ଘଟିଛି ।

ଶ୍ରୀ ବେହେରାଙ୍କର ପ୍ରାୟ ୭୦ଟି ମେଣ୍ଢା ରହିଛି। ଆଜି ସକାଳୁ ବିଲକୁ ଚରିବାକୁ ଯାଇଥିଲେ । ଅପରାହ୍ନ ପ୍ରାୟ ଗୋଟାଏ ବେଳେ କାଳବୈଶାଖୀ ବର୍ଷା ହୋଇଥିଲା। ମେଣ୍ଢା ଗୁଡିକ ଦୌଡି ଆସି ଗାଁ ମୁଣ୍ଡରେ ଥିବା ଏକ ବରଗଛ ମୂଳେ ଆଶ୍ରୟ ନେଇଥିଲେ । ହେଲେ ହଠାତ ଜୋରରେ ବିଜୁଳି ମାରିଥିଲେ ।ଫଳରେ ୧୩ଟି ମେଣ୍ଢା ସେହିଠାରେ ହିଁ ଟଳିପଡିଥିଲେ । ଅନ୍ୟ ମେଣ୍ଢା ଗୁଡିକ ଦୌଡି ପଳେଇଥିଲେ । ଏତେ ସଂଖ୍ୟାରେ ମେଣ୍ଢା ମରିଯିବାକୁ ନେଇ ଶ୍ରୀ ବେହାରା କ୍ଷତିଗ୍ରସ୍ତ ହେବା ସହ ସହାୟତା ଯୋଗାଇ ଦେବିକୁ ଦାବି କରିଛନ୍ତି ।

new life
You might also like
error: Content is protected !!