News
WhatsApp Image 2023-10-04 at 17.25.00
samparksetu

ବସ ଦୁର୍ଘଟଣା ପରେ ପ୍ରଶାସନ ନିରବ, ଡାଇଭର୍ସନ ଫଳକରେ ଅଟକିଛି ୫୫ ନମ୍ବର ଜାତୀୟ ରାଜପଥ କାର୍ଯ୍ୟ

ଢେଙ୍କାନାଳ ଜିଲ୍ଳା ୫୫ ନମ୍ବର ଜାତୀୟ ରାଜପଥର ପଞ୍ଚୁପଟି ରେଙ୍ଗାଳୀ କେନାଲ ନିକଟରେ ଭାରସାମ୍ୟ ହରାଇ ଗତ ଜାନୁଆରୀ ୨୪ ତାରିଖ ଦିନ ଏକ ପର୍ଯ୍ୟଟକ ବସ କେନାଲ ଭିତରକୁ ଖସିପଡିବା ଯୋଗୁ ୨ଜଣ ମହିଳାଙ୍କର ଶୋଚନୀୟ ମୃତ୍ୟ ଘଟିଥିଲା । ଦୁର୍ଘଟଣା ପରେ ପ୍ରଶାସନ ତରଫରୁ ଡାଇଭର୍ସନ ମାର୍କର ଲଗାଇ ଦେଇ ରାସ୍ତ।କାର୍ଯ୍ୟ ଶେଷ ହୋଇଯାଇଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଜାନୁଆରୀ ୨୪ ତାରିଖ ଦିନ କେନ୍ଦ୍ରାପଡା ଜିଲ୍ଲା ଇଛାପୁର ଗ୍ରାମର ୪୫ରୁ ଅଧିକ ଯାତ୍ରୀ ବଲାଙ୍ଗିର ନୃସିଂହନାଥ,ହରିଶଙ୍କର ଓ ସମଲେଶ୍ୱରୀ ମନ୍ଦିର ଦର୍ଶନ କରିବା ପାଇଁ ନୀଳମାଧବ ନାମକ ଏକ ଘରୋଇ ନୀଳମାଧବ ନାମକ ବସରେ ଘରକୁ ଫେରୁଥିଲେ । ଫେରୁଥିବା ସମୟରେ କଟକ-ସମ୍ବଲପୁର ୫୫ନମ୍ବର ଜାତୀୟ ରାଜପଥର ସଦର ଥାନା ଅନ୍ତର୍ଗତ ପଞ୍ଚୁପଟି ନିକଟରେ ରୋଡ ଡାଇଭର୍ସନ ମାର୍କର ନଥିବାରୁ ଡାଉନ ଲାଇନକୁ ଯାଇ ନପାରି ସିଧାସଳଖ ଭାବରେ ନୂତନ ଭାବରେ ନିର୍ମିତ ହେଉଥିବା ରେଙ୍ଗାଳୀ ବାମ କେନାଲ ଭିତରକୁ ଖସିପଡିଥିଲା ।

ବସଟି ପ୍ରାୟ ୩୦ଫୁଟ ତଳକୁ ପଡିଥିବା ବେଳେ ୨ଜଣ ମହିଳାଙ୍କରମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣା ପରେ ପ୍ରଶାସନ ତରଫରୁ ଡାଇଭର୍ସନ ମାର୍କର ଲଗାଇ ଦେଇ କାମ ସାରି ଦେଇଥିବା ବେଳେ ଏବେ ଚୁପଚାପ ବସିରହିଛି । କିନ୍ତୁ ପୋଲ କାର୍ଯ୍ୟ ଏବେ ମଧ୍ୟ ସେଭଳି ଭାବରେ ବିପଦ ସଙ୍କୁଳ ଭାବରେ ପଡିରହିଛି । ବଡ ବଡ ଖମ୍ବ ନିର୍ମାଣ କରାଯାଇଥିବା ବେଳେ ଛଡ ଗୁଡିକ ସେଭଳି ଉପରକୁ ଦେଖାଯାଉଛି । ଅପ ଲାଇନରେ ଥିବା ପୋଲଟି ଖାଲଖମଣ ହେବା ସହିତ ପୋଲର ଉଭୟ ପାର୍ଶ୍ଵରେ ଥିବା ସୁରକ୍ଷାବାଡ ଜଣା ପଡୁନାହିଁ ।ପ୍ରତିଦିନ ହଜାର ହଜାର ଟ୍ରକ ବସ ଦୃତ ଗତିରେ ଡାଉନ ଲାଇନରେ ଆସୁଥିବା ବେଳେ ପୁଣି କେତେବେଳେ ଦୁର୍ଘଟଣା ଘଟିବ ତାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ।

ପୋଲ କାର୍ଯ୍ୟ ସମ୍ପୁର୍ଣ୍ଣ ଭାବରେ ବନ୍ଦ ରହିଥିବା ବେଳେ ପୋଲ କାର୍ଯ୍ୟ ଶେଷ କରିବାକୁ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଦୁର୍ଘଟଣା ପରେ ମଧ୍ୟ ଏନଏଚଏଆଇ ସମ୍ପୁର୍ଣ୍ଣ ଭାବରେ ନିରବ ରହିଛି । ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ତରଫରୁ ତୁରନ୍ତ ପୋଲ କାର୍ଯ୍ୟ ଶେଷ କରିବାକୁ ଦାବି କରାଯାଇଥିବାବେଳେ କେବଳ ଡାଇଭର୍ସନ ମାର୍କର ଲଗାଇଦେଇ ବିଭାଗ ଚୁପଚାପ ବସିଯାଇଛି । ତୁରନ୍ତ ଏହି ପୋଲ କାର୍ଯ୍ୟ ଶେଷ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।

new life
You might also like
error: Content is protected !!