News
WhatsApp Image 2023-10-04 at 17.25.00
samparksetu

ତହସିଲଦାରଙ୍କୁ ଆକ୍ରମଣ କରି ବନ୍ଧା ହେଲେ ମାଫିଆ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲଦାର ସିରିୟଲ ସୁଭ୍ର ପଟେଲ ଓ ରାଜସ୍ବ ନିରିକ୍ଷକ ଆଲୋକ ଲେଙ୍କାଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ୮ ଜଣଙ୍କୁ ଗିରଫ ଓ ମାଟିଖୋଳାରେ ବ୍ୟବହୃତ ଜେସିବି ମେସିନ, ୨ଟି ଟ୍ରାକ୍ଟରକୁ ଯବତ କଲା କାମାକ୍ଷାନଗର ପୋଲିସ । ସାମ୍ବାଦିକ ସମିଳନିରେ ସୂଚନା ଦେଲେ ଢେଙ୍କାନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର

।ଗତକାଲି ପଥରଖମ୍ବ ଗ୍ରାମ କେନାଲ ନିକଟରେ ଥିବା ଏକ ସରକାରି ଜମିରୁ ବେଆଇନ ଭାବେ ମାଟି ଖୋଳୁଥିବା ବେଳେ ଖବର ପାଇ ତହସିଲଦାର ପ୍ରଥମେ ଘଟଣା ସ୍ଥଳରେ ପହଞ୍ଚି ମାଟି ଉଠାଇବାକୁ ବାରଣ କରିଥିଲେ ଏବଂ ନିଜ ମୋବାଇଲରେ ଫଟୋ ଉଠାଇବା ବେଳେ ସେଠାରେ ଉପସ୍ଥିତ ଥିବା ମାଫିଆ ମାନେ ତହସିଲଦାରଙ୍କ ଉପରେ ଅତର୍କିତ ଭାବରେ ଆକ୍ରମଣ କରିଥିଲେ।

ଖବର ପାଇ ରାଜସ୍ବନିରିକ୍ଷକ ଓ କନିଷ୍ଠ କିରାନି ପହଞ୍ଚି ଥିବା ବେଳେ ତାଙ୍କୁ ମଧ୍ୟ ମାଫିଆ ମାନେ ଆକ୍ରମଣ କରିଥିଲେ।ମାଫିଆ ମାନେ ଆକ୍ରମଣ କରି ଟ୍ରାକ୍ଟର ଓ ଜେସିବିକୁ ନେଇ ଫେରାର ହୋଇଯାଇଥିଲେ।ତହସିଲଦାରଙ୍କ ଉପରେ ଜେସିବି ଚଢାଇ ହତ୍ୟା ଉଦ୍ୟମ ମଧ୍ୟ କରାଯାଇଥିଲା।ତହସିଲଦାର ଗୁୁରୁତର ଭାବେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଥିଲେ।ପରବର୍ତ୍ତି ସମୟରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପ୍ରଥମେ ୨ ଜଣଙ୍କୁ ଗିରଫ କରିଥିବା ବେଳେ ପରେ ଆଉ ୬ଜଣଙ୍କୁ ଗିରଫ କରିଥିଲା।ମୋଟ ୮ ଜଣଙ୍କୁ ଗିରଫ କରାଯିବା ସହ ଗାଡି ଗୁଡିକ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

ଗିରଫ ମାଫିଆ ମଧ୍ୟରୁ ୬ ଜଣ ପଥଖମ୍ବ ଗ୍ରାମର ହୋଇଥିବାବେଳେ ଜଣେ ଚୁଳିଆ ଗ୍ରାମର ଅନ୍ୟ ଜଣେ କାମାକ୍ଷାନଗର ରାମ ମନ୍ଦିର ନୀକଟରୁ। ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲଣ କରାଯିବା କହିଛନ୍ତି ଏସ୍ପି। ଏହି ସାମ୍ବାଦିକ ସମିଳନୀରେ କାମାକ୍ଷାନଗର ଏସ ଡି ପିଓ ରଞ୍ଜନ କୁମାର ଦେ ଓ କାମାକ୍ଷାନଗର ଥାନା ଅଧିକାରି ଶରତ ମହାଳିକ ଉପସ୍ଥିତ ଥିଲେ।

new life
You might also like
error: Content is protected !!