News
WhatsApp Image 2023-10-04 at 17.25.00
samparksetu

ମନ୍ଦିରରୁ ଚୋରି

ମାଳପୁରା ରାମ ମନ୍ଦିରରୁ ଚୋରି । ମୁଖ୍ୟ ମନ୍ଦିରର ତାଲା ଭାଙ୍ଗିବା ସହ ପାର୍ଶ୍ୱ ଦେବୀ ମନ୍ଦିରରୁ ୯ ଗୋଟି ସୁନାର ଟିକିଲି ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ , ମନ୍ଦିର ପୂଜକ ସକାଳୁ ପୂଜା କରିବାପାଇଁ ମନ୍ଦିରକୁ ଆସିଥିବା ବେଳେ ମନ୍ଦିର ଲାଇଟ୍ ବନ୍ଦ ଥିବା ସହ ମୁଖ୍ୟ ମନ୍ଦିର ତାଲା ଭାଙ୍ଗିଥିବାର ଦେଖିବାକୁ ପାଇଥିଲେ ।ପାର୍ଶ୍ୱରେ ଥିବା ସନ୍ତୋଷୀ ମା ମନ୍ଦିରର ୭ ଗୋଟି ସୁନାର ଟିକିଲି ଚୋରି ହୋଇଥିବାବେଳେ ତାରିଣୀ ମନ୍ଦିରର ମାଆଙ୍କ ଦୁଇଟି ସୁନାର ଟିକିଲି ଚୋରି ହୋଇଛି । ଏନେଇ ମନ୍ଦିର କମିଟି ତରଫରୁ ଥାନାରେ ଜଣାଇବା ପରେ ପୋଲିସ ତଦନ୍ତ ଚଳାଇଛି ।

new life
You might also like
error: Content is protected !!