News
WhatsApp Image 2023-10-04 at 17.25.00
samparksetu

ପିଅନଙ୍କ ବଦଳି ବାତିଲ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବଉଳପୁର ସ୍ଥିତ ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ପିଅନଙ୍କ ବଦଳି ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି ।

ବିଦ୍ୟାଳୟରେ କାର୍ଯ୍ୟରତ ପିଅନଙ୍କ ବଦଳି ପରେ କନ୍ତିଓପୁଟ ସାହି ବିଦ୍ୟାଳୟରେ ପିଅନ ଭାବରେ କାର୍ଯ୍ୟରତ ଶ୍ରୀକାନ୍ତ ରାଉତଙ୍କୁ ଗତ ୨୦୨୨ ମସିହା ସେପ୍ଟେମ୍ବର ମାସରେ ଡେପୁଟେସନରେ ନିଯୁକ୍ତି ପ୍ରଦାନ କରାଯାଇଥିଲା । ଶିକ୍ଷା ବିଭାଗ ତରଫରୁ ତାଙ୍କୁ ଗତ ୨୦ ତାରିଖ ଦିନ ଦୁଦୁରକୋଟ ସରକାରୀ ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଜଣେ ମହିଳା ପିଅନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।

ମହିଳା ପିଅନ ଜଣକ କାର୍ଯ୍ୟରେ ଯୋଗାଦାନ କରିସାରିଥିବା ବେଳେ ଏସଏମସିର ସଭ୍ୟମାନେ ସେହି ପଞ୍ଚାୟତ ତଥା ବିଦ୍ୟାଳୟ ନିକଟରେ ରହୁଥିବା ସୁଧାଡିହ କାଟେଣୀର ପିଅନ ଶ୍ରୀକାନ୍ତ ରାଉତଙ୍କୁ ସେହି ଠାରେ ରଖିବା ପାଇଁ ଲିଖିତ ଭାବରେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

new life
You might also like
error: Content is protected !!