News
WhatsApp Image 2023-10-04 at 17.25.00
samparksetu

ବନ୍ଧ୍ୟା ନିରାକରଣ ଯୋଜନାର ୬ ମାସ ପରେ ବି ମିଳୁନି ହିତାଧିକାରୀ ଙ୍କ ପଇସା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବିରାଶାଳ ମେଡିକାଲ ଅଧୀନ ରେ ଚାଲୁଥିବା ମେଡିକାଲ ଗୁଡ଼ିକ କୁ କେଉଁଠି ଡ଼ାକ୍ତର ନାହାନ୍ତି ତ, କେଉଁଠି ଘର ନାହିଁ, ଯେଉଁଠି ବି ଅଛନ୍ତି ସକାଳେ ଆସନ୍ତି ଉପରବେଳା କୁ ନାହିଁ । ଯୋଜନା ଏଠି ସବୁ ପ୍ରକାର ଫେଲ୍ ମାରୁଛି । ଏହି ମେଡିକାଲ ଅଧୀନ ରେ ବିରିବୋଲେଇ ଏବଂ ମହାବିରୋଡ ୨ଟି ସେକ୍ଟର ଅଛି ।

୯ ଗୋଟି ପଞ୍ଚାୟତ କୁଟୁରିଆ , ମହାବୀର ରୋଡ, ଘାଗରମୁଣ୍ଡା, ବିରୀବୋଲେଇ, ଚାନ୍ଦପୁର, ଝିଲ୍ଲି,ଗଡ଼ପଳାଶୁଣି ,ପଙ୍ଗାତିରା ପ୍ରଭୁତି ପଞ୍ଚାୟତ ର ହିତାଧିକାରୀ ୧୯/୦୧/୨୦୨୩ ତାରିଖ ଠାରୁ ବନ୍ଧ୍ୟା ନିରାକରଣ ଯୋଜନାରେ ବିରାଶାଳ ମେଡିକାଲକୁ ଯାଇ ଅପରେସନ ହୋଇଥିଲେ ।୬ ମାସ ସରିବାକୁ ବସିବ ଅଥଚ ସରକାର ଙ୍କ ପ୍ରଦତ୍ତ ଟଙ୍କା ଏଯାବତ୍ ହିତାଧିକାରୀଙ୍କ ପାଖକୁ ଆସିପରିଲା ନାହିଁ ।

ଏହି ପଞ୍ଚାୟତ ଗୁଡ଼ିକ ରୁ ଅପରେସନ ପାଇଁ ୮୦୦ ରୁ ୧୦୦୦ଟଙ୍କା ପର୍ଯ୍ୟନ୍ତ , (ଯେହେତୁ ପାଖାପାଖି ମେଡିକାଲ କୁ ୩୦ କିମି ହେବ) ଅଟୋ କରିକି ନେଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ସେମାନେ ଯୋଜନା ରୁ ପାଇବେ ୧୪୦୦ ଟଙ୍କା। ଗାଡ଼ି ଭଡ଼ା ରେ ଗଲା ୧୦୦୦ , ଆଉ ୪୦୦ ଟଙ୍କା ପାଇବାକୁ ଧାଇଁ ଲେଣି ୬ ମାସ । ସରକାର ଙ୍କ ଯୋଜନା ଅନୁସାରେ ଏଥିପାଇଁ ଗସ୍ତ ଖର୍ଚ୍ଚ ଦେବାର ମଧ୍ୟ ଯୋଜନା ଥିବାବେଳେ ମିଥ୍ୟା ଭାଉଚର କରି ବିଲ୍ କରାଯାଉଥିବା ର ମଧ୍ୟ ଅଭିଯୋଗ ହୋଇଛି ।

ଖବର ନେବାରୁ ଜଣାଯାଇଛି ଗଡପଳାଶୁଣି ମୋଟ ୫୩ ଜଣ ଟଙ୍କା ପାଇ ପାରିନାହାନ୍ତି । ଏକ ସପ୍ତାହ ମଧ୍ୟରେ ଆମ୍ଭ ଟଙ୍କା ପ୍ରଦାନ ନକଲେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତେ ଧାରଣା ଦେବେ ବୋଲି ବିନତୀ ସାହୁ, ଜୟନ୍ତୀ ବେହେରା, ଗୁରୁବାରି ଷେଣ୍ଢ, ସବିତା ଷେଣ୍ଢ, ପ୍ରମିଳା ବେହେରା, ସୁଭଦ୍ରା ମୋହ।ରୋ ପ୍ରକାଶ କରିଛନ୍ତି । ଏଥିପ୍ରତି ଜିଲ୍ଲାପାଳ ମହୋଦୟ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ମଧ୍ୟ ହିତାଧିକାରୀ ମାନେ ମଧ୍ୟ ନିବେଦନ କରିଛନ୍ତି।

new life
You might also like
error: Content is protected !!