News
WhatsApp Image 2023-10-04 at 17.25.00
samparksetu

କଙ୍କଡ଼ାହାଡ଼ ବ୍ଲକରେ କାଳ ବୈଶାଖୀ ତାଣ୍ଡବ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକରେ କାଳ ବୈଶାଖୀ ର ତାଣ୍ଡବ ରେ ବିଭିର୍ଣ୍ଣ ସ୍ଥାନରେ ଅନେକ କ୍ଷୟକ୍ଷତି ଦେଖିବାକୁ ମିଳିଛି। ଆଜି ଅପରାହ୍ନ ସମୟ ରେ ଜୋର ପବନ ସହ ଘଡଘଡି ,ବର୍ଷା ହୋଇଥିଲା। ଏହି ପବନ ଏତେ ଭୟଙ୍କର ହୋଇଥିଲା ଯେ ଝିଲ୍ଲୀ ପଞ୍ଚାୟତ ର ତୁରୁଡ଼ାନାଲି ନୂଆ ସାହି ର ବିନୟ ଦେହୁରୀ ଙ୍କ ଘର ଉପର ଆଯେବେଷ୍ଟ ଉଡାଇ ନେଇଥିବା ବେଳେ, ଅନେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି । ସେହିପରି ଚାନ୍ଦପୁର ଅଂଚଳରେ ମଧ୍ୟ କ୍ଷୟକ୍ଷତି ଅଧିକ ପରିମାଣରେ ଦେଖିବାକୁ ମିଳିଛି ।

ଅନ୍ୟପଟେ ମହାବିରୋଡ଼ ଅଂଚଳରେ ମଧ୍ୟ ଜନ ବସତି ନଷ୍ଟ ହୋଇଛି । ଗଡ଼ପଳାଶୁଣି ମନ୍ଦିର ଛକ ନିକଟରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି ।ଏହି ପରି କଙ୍କଡ଼ାହାଡ଼ ବ୍ଲକର ଅନେକ ଅଂଚଳରେ କ୍ଷୟକ୍ଷତି ଘଟିଛି ।

new life
You might also like
error: Content is protected !!