News
WhatsApp Image 2023-10-04 at 17.25.00
samparksetu

ରାସ୍ତା ଉଠୁଛି, ଘର ଦବୁଛି ତଳି ଅଞ୍ଚଳ ପାଲଟୁଛି ଢେଙ୍କାନାଳ ସହର !

ପାହାଡ଼ ଘେରା ଆମ ସହର ଢେଙ୍କାନାଳ , ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ରୁ ବିଭିନ୍ନ ସମୟ ରେ ଢେଙ୍କାନାଳ ସହରରେ ବିଶେଷ କ୍ଷୟକ୍ଷତି ଘଟି ନଥାଏ । ହେଲେ ବର୍ଷା ଦିନେ ପ୍ରବାହିତ ହୋଇଥାଏ ନାହିଁ ନଥିବା ପାଣି, ପାହାଡ଼ ଉପରୁ ପ୍ରବାହିତ ବର୍ଷାଜଳ କିଛି ସମୟ ପାଇଁ ସତେଯେପରି ଅମାନିଆ ବନ୍ୟାର ରୂପ ନେଇଥାଏ । ପାହାଡ଼ ନିକଟସ୍ଥ ଅଞ୍ଚଳ ଜୁବୁଲିଟାଉନ, ଦେଉଳସାହି, କୁଞ୍ଜକାନ୍ତ , ଢେଙ୍କାନାଳ କଲେଜ ପଛପାଖ ଅଞ୍ଚଳ, ଚାନ୍ଦମାରି ସାହି, ଦୁର୍ଗାବଜାର ର କିଛି ଅଞ୍ଚଳ ପଟେ ଦେଇ ବର୍ଷାଜଳ ଭାରିମାତ୍ରାରେ ଗଡ଼ିଥାଏ । ଉଗ୍ରରୂପ ଧାରଣ କରି ବର୍ଷାଜଳ ବିଶେଷ ସମୟରେ ରାସ୍ତା ଉପରେ ଆସି ପାହାଡ଼ର ଅପର ପକ୍ଷରେ ଥିବା କିଛି ଅଞ୍ଚଳ ଦେଇ ଗଡି ଯାଇଥାଏ ।

ହେଲେ ବିଗତ ଦିନରେ କିଛି ଅଞ୍ଚଳରେ ପୌରପାଳିକା ଦ୍ୱାରା ନିର୍ମିତ ରାସ୍ତାର ଉଚ୍ଚତା ବୃଦ୍ଧି ପାଉଥିବା ହେତୁ ସେହି ବର୍ଷାଜଳ ଘର ମଧ୍ୟରେ ପ୍ରବେଶ କରିବାରେ ଲାଗିଛି । ସହର ବାସୀଙ୍କ ମହଲରେ ରାସ୍ତାର ଉଚ୍ଚତା ବୃଦ୍ଧି ନେଇ ଏକ ଅସନ୍ତୋଷ ବାତାବରଣ ଦେଖା ଦେଇଛି । ” ପୂର୍ବରୁ ଏଭଳି ଘଟୁ ନଥିଲା ଏବେ ପୋୖରରାସ୍ତା ଉଚ୍ଚା ହେବା ଫଳରେ ଘରଭିତରକୁ ବର୍ଷାଜଳ ପସିବାରେ ଲାଗିଛି, ଆମେ ନାହିଁନଥିବାର ଅସୁବିଧା ଭୋଗୁଛୁ ” ବୋଲିଜଣାଇଛନ୍ତି ତାଳବଣିଆ ବାସିନ୍ଦା । ସେହିପରି ଖରାପ ହୋଇଯାଇଥିବା ପୁରୁଣା ରାସ୍ତା କୁ ଭାଙ୍ଗି ନୂତନ ରାସ୍ତା ନିର୍ମାଣ କଲେହିଁ ରାସ୍ତା ର ମାନ ଉଚ୍ଚକୋଟିର ହୋଇଥିବା ବେଳେ ତାହା ଦୀର୍ଘ ସ୍ଥାୟୀ ରହିଥାଏ ସେହି ପୁରୁଣା ରାସ୍ତା ଉପରେ ନୁଆଁ ଢ଼ଳେଇ ପକାଇଦେଲେ ତାହା ବିଶେଷ ବର୍ଷ ରହିନଥାଏ ବୋଲି ଅବସରପ୍ରାପ୍ତ ଯନ୍ତ୍ରୀ ଇଂ ଅରୁଣ ସାହୁ ସୂଚନା ଦେଇଛନ୍ତି । ଏଭଳି କାମ ଦେଖି ଢେଙ୍କାନାଳ ସହର ଦିନେ ନା ଦିନେ ତଳି ଅଞ୍ଚଳ ପାଲଟିଯିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ।

new life
You might also like
error: Content is protected !!