News
WhatsApp Image 2023-10-04 at 17.25.00
samparksetu

ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚିରେ ସାମିଲ କରିବା ପାଇଁ ବିଶାଳ ଗଣ ଧାରଣା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ସମସ୍ତ ଆଦିବାସୀ କୋହ୍ଲ ମୁଣ୍ଡା ଓ “ହୋ” ଅନୁସୂଚିତ ଜନଜାତି ସମ୍ପ୍ରଦାୟ ତରଫରୁ ପାଞ୍ଚ ଦଫା ଦାବି ନେଇ ବିଶାଳ ରାଲି ସହିତ ବ୍ଲକ ସମ୍ମୁଖରେ ଧାରଣା ଓ ପାଞ୍ଚ ଦଫା ନେଇ ଦାବୀପତ୍ର। ପ୍ରଥମେ କଙ୍କଡ଼ାହାଡ଼ ହାଟ ଠାରୁ ବିଶାଳ ଜନସମାଗମ ହୋଇ ମହିଳା ଓ ପୁରୁଷ ଏକତ୍ରିତ ହୋଇ ରାଲି ବାହାରି କଙ୍କଡ଼ାହାଡ଼ ବଜାର ଦେଇ ବ୍ଲକ୍ ସମ୍ମୁଖରେ ପହଞ୍ଚି ଥିଲେ। ହୋ ଭାଷା ଭାରତ ବର୍ଷର ଏକ ସର୍ବ ପୁରାତନ ଭାଷା ଅଟେ । ଯାହାର ନିଜସ୍ୱ ଲିପି ୱାରାଚିତି, ସମୃଦ୍ଧ ମୌଖିକ ଓ ଲିଖିତ ସାହିତ୍ୟ ରହିଛି। ଭାରତର ଓଡ଼ିଶା , ଝାଡଖଣ୍ଡ, ପଶ୍ଚିମବଙ୍ଗ , ଆସାମ ଓ ଛତିଶଗଡ଼ ଆଦିରେ ରାଜ୍ୟରେ ପ୍ରାୟ ୩୫ ଲକ୍ଷରୁ ଉର୍ଦ୍ଧ ଏହି ଭାଷାକୁ ବ୍ୟବହାର କରିଥାନ୍ତି।

ଏହି ଭାଷାରେ ଓଡ଼ିଶାରେ ପ୍ରାଥମିକ ସ୍ଥରରେ ବହୁ ଭାଷୀକ ଶିକ୍ଷା ଯୋଜନାରେ ପାଠ ପଢା ଯାଉଛି । ଝାଡଖଣ୍ଡ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସ୍ତରରେ ହୋ ଭାଷାରେ ପାଠ୍ୟକ୍ରମ ଚାଲୁଅଛି। ସରକାରଙ୍କ ତରଫରୁ ବହୁ ପୁସ୍ତକ ଏହି ଭାଷାରେ ମଧ୍ୟ ପ୍ରକାଶିତ ହୋଇଛି। ହୋ ଭାଷା ଭାଷୀ ଲୋକ ମାନକର ନ୍ୟାର୍ଯ୍ୟ ଦାବିକୁ ସମ୍ମାନ ଜଣାଇ ଝାଡଖଣ୍ଡ ସରକାର ଓ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ଠାରେ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚିରେ ସୁପାରିଶ କରା ଯାଇଥିଲା। କିନ୍ତୁ ଅତି ଦୁଃଖର ବିଷୟ କେନ୍ଦ୍ରସରକାର ଆଜି ପର୍ଯ୍ୟନ୍ତ କୌଣସି ସଠିକ୍ ପଦକ୍ଷେପ ନେଇ ନାହାନ୍ତି।

new life
You might also like
error: Content is protected !!