News
WhatsApp Image 2023-10-04 at 17.25.00
samparksetu

ବରଯାତ୍ରୀ ଙ୍କୁ ହାଣି ଲୁଟ କଲେ ଦୁର୍ବୃତ୍ତ

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଖଡଗ ପ୍ରସାଦ ଗ୍ରାମକୁ ବିବାହ ବରଯାତ୍ରୀ ଆସିଥିବା ଲୋକଙ୍କ ଠାରୁ ମାରଣାଅସ୍ତ୍ରରେ ଆକ୍ରମଣ କରି ଲୁଟିନେଲେ ଦୁର୍ବୃତ୍ତ । ସୂଚନା ଅନୁଯାୟୀ ଗତକାଲି ଖଡଗପ୍ରସାଦ ଗ୍ରାମର ଟୁକୁ ରାଉତ ଙ୍କ ଝିଅ ରନି ରାଉତ ଙ୍କ ବିବାହ ଥିଲା ।

ରାତ୍ର ବିଭାଘର ଥିବାରୁ ବିବାହରେ ଢେଙ୍କାନାଳ ଜିଲ୍ଲା ତାଳବରକୁଟ ଗ୍ରାମରୁ ବରଯାତ୍ରୀ ଆସି ଗ୍ରାମରେ ପହଞ୍ଚିଥିଲେ। ବିବାହ ଶୋଭାଯାତ୍ରା
ସାରି ଫେରିବା ବାଟରେ ମଶାଣିଆ ପହଞ୍ଚିବା ପୂର୍ବରୁ ପୋଲ ଉପରେ ଗାଡ଼ି ଅଟକାଇ ଗାଡ଼ିର କାଚ ଭାଙ୍ଗିବା ସହିତ ମାରଣାସ୍ତ୍ର ରେ ଆକ୍ରମଣ କରି ସେମାନଙ୍କଠାରୁ ସୁନା ଚେନ, ମୋବାଇଲ ଓ ନଗଦ ୩୦ ହଜାର ଟଙ୍କା ଲୁଟି ନେଇଥିଲେ। ମାରଣାସ୍ତ୍ର ରେ ଆକ୍ରମଣ ସମୟରେ ପ୍ରତିବାଦ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ସଙ୍ଗେ ସଙ୍ଗେ ଝିଅ ଘରକୁ ଲୋକଙ୍କୁ ଖବର ଦେବା ପରେ ଝିଅ ଘର ଲୋକେ ସ୍ଥାନୀୟ ଥାନାକୁ ଫୋନ୍ କରିଥିଲେ।

ଘଟଣା ସ୍ଥଳରେ ପୋଲିସ ପହଁଞ୍ଚିବା ଦେଖି ଦୁର୍ବୁତ୍ତ ଏକ ( ଓ ଡି ୧୯ ଟି ୦୫୫୪) ହୋଣ୍ଡା ବାଇକ୍ ଛାଡ଼ି ପଳାଇ ଯାଇଥିଲେ। ଏ ନେଇ ଆଜି ଝିଅ ଘର ଲୋକେ ମୋଟଙ୍ଗା ଥାନା ଏକ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଥାନା ଅଧିକାରୀ ଅଭିଯୋଗ କୁ ଗ୍ରହଣ କରିନାହାନ୍ତି। ଏଭଳି ସଙ୍ଗୀନ ଅଭିଯୋଗ କୁ ଗ୍ରହଣ ନକରିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବା ନଜରରେ ଆସିଛି। ଯାହାଦ୍ୱାରା ଆସନ୍ତା କାଲି ସୁଦ୍ଧା ଯଦି ଅଭିଯୋଗ ଗ୍ରହଣ ନକରନ୍ତି କାଲି ରାଜରାସ୍ତା ଓହ୍ଲାଇବାର ଚେତାବନୀ ଦେଇଥିବା ସୂଚନା ମିଳିଛି।

new life
You might also like
error: Content is protected !!