News
WhatsApp Image 2023-10-04 at 17.25.00
samparksetu

ଶାଶୁ କୁ ବିଷ ଦେଇ ମାରିଦେଲା ବୋହୂ

ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ରାସୋଳ ଗ୍ରାମର ବ୍ରାହ୍ମଣ ସାହିରେ ଗତକାଲି ରାତିରେ ଶାଶୁକୁ ବିଷ ଦେଇ ମାରିଦେଲା ବୋହୂ । ଏହି ଘଟଣାରେ ଶାଶୁର ମୃତ୍ୟୁ ହେବା ସହ ସ୍ୱାମୀ ଗୁରତର ହୋଇ ହିନ୍ଦୋଳ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟ, ରାସୋଳ ଗ୍ରାମର ଜୟନ୍ତ ସର ଗତ ୩ ମାସ ତଳେ ତୃପ୍ତିମୟୀ ସରଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଘରେ ପାରିବାରିକ କଳହକୁ ନେଇ ବୋହୂ ତୃପ୍ତି ଖାଦ୍ୟରେ ବିଷ ଦେଇ ଥିବା ଯୋଗୁ ଶାଶୁ ସୁଲଚନା ସରଙ୍କର ମୃତ୍ୟୁ ହୋଇଛି । ଏଥିସହିତ ସ୍ୱାମୀ ଜୟନ୍ତ ସର ଗୁରୁତର ହୋଇ ହିନ୍ଦୋଳ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅଛନ୍ତି । ପରିବାର ପକ୍ଷରୁ ରାସୋଳ ଥାନାରେ ଅଭିଯୋଗ ପରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ପାଇଁ ପଠାଇଛି । ଅଭିଯୁକ୍ତ ବୋହୂକୁ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି ।

new life
You might also like
error: Content is protected !!