ମାଟ୍ରିକ ବ୍ୟାଚ ଫିଷ୍ଟ ହେଲା କାଳ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । ଆଜି ରବିବାର ଛୁଟିଦିନ ଥିବାରୁ ଭୁବନ ବ୍ଲକ ସୁରପ୍ରତାପପୁର ଗ୍ରାମର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ୩୦ ଜଣ ସାଙ୍ଗ ସାଥି ହୋଇ ଭୋଜି କରିବାକୁ ଯାଇଥିଲେ ।
ଫେରିବା ବେଳେ ଖରା ହେତୁ ଗାଁ ନିକଟ ବନ ଦୁର୍ଗା ମନ୍ଦିର ନିକଟରେ ଏକ ବର ଗଛ ଛାଇରେ ଠିଆ ହୋଇଥିଲେ, ଅଚାନକ ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ୨ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଘଟଣା ସ୍ଥଳରୁ ଭୁବନ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ମୃତକ ୨ ଜଣ ହେଲେ ବଟକୃଷ୍ଣ ସାହୁଙ୍କ ପୁଅ ପୃଥ୍ୱୀରାଜ ସାହୁ (୧୫) ଓ ବିନୋଦ କାଣ୍ଡିଙ୍କ ପୁଅ ସୌମ୍ୟରଞ୍ଜନ କାଣ୍ଡି (୧୬)ବୋଲି ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି । ଚଳିତ ବର୍ଷ ୨ ସାଙ୍ଗ ମାଟ୍ରିକ ଦେଇ ଭଲ ମାର୍କ ରଖି ପାସ କରିଥିଲେ ।