News
WhatsApp Image 2023-10-04 at 17.25.00
samparksetu

ଘନ ଘନ ପାୱାର କଟକୁ ନେଇ ବୈଠକ

ଘଟିପିରି ଇଲେକ୍ଟ୍ରିକ ଷ୍ଟ୍ରକଚର ଅନ୍ତର୍ଗତ ପ୍ରାୟ ୨୫ ଟି ଗ୍ରାମର ବିଦ୍ୟୁତ ଉପଭୋକ୍ତା ,ବିଭାଗୀୟ ଏସ୍ ଡିଓ,ଜେଇ,ଲାଇନ ମ୍ୟାନ ଙ୍କ ମଧ୍ୟରେ ବିଗତ ଦିନରେ ବିନା କାରଣ ରେ ଘଣ୍ଟା ଘଣ୍ଟା ଧରି ପାୱାର କଟ କରିବାକୁ ନେଇ ଘଟିପିରି ତାରିଣୀ ମନ୍ଦିର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ସଦର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଅଶୋକ ପରିଡା,ଘଟିପିରି ସରପଞ୍ଚ ଶ୍ରୀ ପଞ୍ଚାନନ ସାହୁ,କଳାଙ୍ଗ,କୋତ୍ତମ ଓ ଗୋବିନ୍ଦ ପ୍ରସାଦର ସରପଞ୍ଚ ମାନେ ତଥା ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଗତକାଲି ରାତିରେ ବିନା କାରଣରେ ୬ ଘଂଟା ଧରି ଅନ୍ଧାରରେ ରହିବାକୁ ନେଇ ଲୋକ ସଭାରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଲୋକଙ୍କ ପକ୍ଷରୁ ନିମ୍ନଲିଖିତ ସମସ୍ୟା ଗୁଡିକ ଶିଘ୍ର ସମାଧାନ କରିବା ପାଇଁ ବିଦ୍ୟୁତ ଅଧିକାରୀ ତଥା କର୍ମଚାରୀ ଲିଖିତ ପ୍ରତିଶ୍ରୁତି ଦେଲେ।

୧) ୧୫ ଟି କ୍ରସର ଥିବାରୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଫିଡର ଓ ବର୍ତ୍ତମାନ ପାଇଁ AB-Switch ଫିଟିଙ୍ଗ କରିବା ପାଇଁ ନିଷ୍ପତ୍ତି ହେଲା।
୨)ଘଟିପିରି ଗ୍ରାମରେ ଥିବା ଟ୍ରାନ୍ସଫର୍ମର କୁ ଘଟିପିରି ଫିଡର ସହିତ ସଂଯୋଗ କରିବା ପାଇଁ ନିଷ୍ପତ୍ତି ହେଲା।
୩) ଉପରୋକ୍ତ ଷ୍ଟ୍ରକଚରରୁ ସିମିଳିପାଟଣା ଓ ବେଗୁନିଅପାଳ ଗ୍ରାମ କୁ ଭାପୁର ଷ୍ଟ୍ରକଚର ସହିତ ସଂଯୋଗ କରିବା ପାଇଁ ନିଷ୍ପତ୍ତି ହେଲା।
୪)ଷ୍ଟ୍ରକଚର ଅଧିନସ୍ଥ ସମସ୍ତ ଟ୍ରାନ୍ସଫର୍ମର ଓ AB ସ୍ୱିଚ ଗୁଡ଼ିକ ମରାମତି କରି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇବା ପାଇଁ ନିଷ୍ପତ୍ତି ହେଲା।
୫) ଅଘୋଷିତ ବିଦ୍ୟୁତ କାଟ ନକରିବାକୁ SDO ପ୍ରତିଶ୍ରୁତି ଦେଲେ।

new life
You might also like
error: Content is protected !!