ଜିଲ୍ଲାରେ ବଢି ଚାଲିଛି ହାତୀଙ୍କ ଉପଦ୍ରବ । ଯୋରନ୍ଦା ସେକସନ ଅନ୍ତର୍ଗତ ମକୁନ୍ଦପୁର ଗୋରଡ଼ାପାଳ ଗ୍ରାମ ମାନଙ୍କରେ ହାତୀ ଆତଙ୍କ ବଢିବାରେ ଲାଗିଛି l ଆଜି ସକାଳ ସମୟରେ ଗୋରଡ଼ାପାଳ ଗ୍ରାମର କ୍ଷେତ୍ର ବେହେରା ଙ୍କୁ ହାତୀ ଶୁଣ୍ଢରେ ଫୋପାଡି ଦେଇଥିଲା l
ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି । ବନବିଭାଗ ର ଅପାରଗତା କୁ ନେଇ ଗାଁ ମାନଙ୍କ ରେ ଉତ୍ତୋଜନା ଓ ଏହା ଚିନ୍ତାର ବିଷୟ ପାଲଟିଛି। ବନବିଭାଗ ପକ୍ଷରୁ ଗାଁରେ ୨୪ ଘଣ୍ଟିଆ ପେଟ୍ରୋଲିଂ ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି ।