ଢେଙ୍କାନାଳ ଜେଲରେ ଜଣେ ବିଚାରଧୀନ କଏଦୀଙ୍କୁ ପିଟିପିଟି ମାରିଦେଇଥିବାର ପରିବାର ଲୋକ ଅଭିଯୋଗ କରିଛନ୍ତି ।ଏହାକୁ ନେଇ କ୍ଷତିପୂରଣ ଦାବିରେ ପରିବାର ଲୋକ ସ୍ଥାନୀୟ ବାସିନ୍ଦା ଆଜି ହରିପୁର ଠାରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ।
ସଦର ଥାନା ବେଶାଳିଆ ଗ୍ରାମର ଅଥାନୀ ଦେହୁରୀ(୪୨) ଗତ ରବିବାର ଦିନ ମଦ ବ୍ୟବସାୟ କରୁଥିବା ବେଳେ ଅବକାରୀ ବିଭାଗ ତାଙ୍କୁ ଗିରଫ କରିଥିଲା । ଗତ ୧୦ ଦିନ ହେବ ଜେଲରେ ରହିଥିବା ବେଳେ ବୁଧବାର ଦିନ ହାଠାତ ସେ ଅସୁସ୍ଥ ହୋଇ ପଡିଥିଲେ ।
ଫଳରେ ଜେଲ କର୍ତ୍ତୃପକ୍ଷ ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରିବାର ଲୋକ ତାଙ୍କୁ ଦେଖାକରିବାକୁ ଯାଇଥିବା ବେଳେ ସେ ମେଡିକାଲରେ ହୋଇଥିବାର ଜାଣି ମେଡିକାଲକୁ ପରିବାର ଲୋକ ଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁକୁ ନେଇ ଚିକିତ୍ସାଳୟ ପରିସରରେ ଉତେଜନା ଦେଖାଦେଇଥିଲା ।
ଅଥାନୀକୁ ପିଟି ପିଟି ମାରି ଦଇଥିବାର ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣା ସମ୍ପର୍କରେ ତଦନ୍ତ ସହିତ ପରିବାରକୁ ନ୍ୟାୟ ଦେବାକୁ ଦାବି ହୋଇଛି । ଏହି ଘଟଣାକୁ ନେଇ ଗ୍ରାମରେ ତିବ୍ର ଉତ୍ତେଜନା ଦେଖାଦେବା ସହିତ କ୍ଷତିପୂରଣ ଦାବିରେ ପରିବାରଲୋକ ହରିପରୁ ଠାରେ ୫୫ ନମ୍ବର ଜାତୀୟ ରାଜପଥରେ ଶବ ରଖି ଅବରୋଧ କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା ।
ତେବେ ଅଥାନୀଙ୍କ ମୃତ୍ୟୁ କିପରି ଘଟିଲା ତାକୁ ନେଇ ଏବେ ମଧ୍ୟ ସନ୍ଦେହ ଘେରରେ ରହଛି । ପରିବାର ଲୋକଙ୍କୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ। ସହିତ ଜେଲର ଏବଂ ଅବକାରୀ ବିଭାଗ ନାମରେ ମାମଲା ରୁଜ୍ଜୁ କରିବାକୁ ଏତଲା ଡିଆଯାଇଛି । ଏ ସଂକ୍ରାନ୍ତରେ ଅଥାନୀଙ୍କ ପତ୍ନୀ ଝରଣା ଦେହୁରୀ ଲିଖିତ ଭାବରେ ଅଭିଯୋଗ କରୁଛନ୍ତି ।ଅଥାନୀଙ୍କ ପାଟି ଏବଂ ନାକ ଖଣ୍ଡିଆ ହୋଇଥିବା ବେଳେ ତାଙ୍କ ଶରୀରରେ ମାଡ ଦାଗ ରହିଥିବାର ସେ ଅଭିଯୋଗ କରିଛନ୍ତି ।