News
WhatsApp Image 2023-10-04 at 17.25.00
samparksetu

ଗଁଦିଆ ବ୍ଲକରେ ବଢ଼ିବାକୁ ଲାଗିଛି ଝାଡାବାନ୍ତି

ଗଁଦିଆ ବ୍ଲକରେ ଧୀରେ ଧୀରେ ଝାଡାବାନ୍ତି ରୋଗ ତାର କାୟା ବିସ୍ତାର ଆରମ୍ଭ କରିବାକୁ ଲାଗିଲାଣି । ଏଇ ନିକଟରେ ଗୁଣ୍ଡୁରାପଶି ଗ୍ରାମର କିଛି ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହଉଥିବାର ଦେଖିବାକୁ ମିଳିଥିଲା ।

ଏହାର ପ୍ରମୁଖ କାରଣ ସାଜିଛି ଦୂଷିତ ପାଣି ଉକ୍ତ ଗ୍ରାମର ଅଧିକାଂଶ ପରିବାର ଏହି ପାଣି ବ୍ୟବହାର କରୁଥିବା ଫଳରେ ଉକ୍ତ ରୋଗରେ ଆକ୍ରାନ୍ତ ହୋଇଥିବାରୁ ଜାଣିବାକୁ ମିଳିଛି ବର୍ତମାନ ଉକ୍ତ ବ୍ଲକରେ ଖରା ଦିନରେ ବିଶେଷ କରି ପାଣିର ଅଭାବ ରହିଥିବା ସ୍ଥଳେ ଏଇ ନିକଟରେ ସ୍ୱଳ୍ପ ବୃଷ୍ଟିପାତ ହେତୁ ଗ୍ରାମ ମାନଙ୍କରେ ଥିବା କୂପ ଓ ପୋଖରୀରେ ଜଳ ଧାରଣ ଯୋଗୁ ତାହାକୁ ଅନେକ ସ୍ଥାନରେ ଗ୍ରାମବାସୀ ବ୍ୟବହାର କରୁଛନ୍ତି ।

ଏଥି ନିମନ୍ତେ ଅନ୍ୟ ଅଂଚଳରେ ଏହି ରୋଗ ବ୍ୟାପିବାର ସମ୍ଭାବନା ରହିଅଛି ସେହିପରି ପ୍ରତ୍ୟେକ ଗ୍ରାମ ପଂଚାୟତ ମାନଙ୍କରେ ପାଇପ ମାଧ୍ୟମରେ ଯେଉଁ ପାନୀୟ ଜଳ ଜନସାଧାରଣ ମାନଙ୍କବ୍ୟବହାର ନିମନ୍ତେ ଯୋଗାଇ ଦିଆଯାଉଛି ସେଥିରେ ମଧ୍ୟ ଜଳ ଦୂଷିତ ରହୁଛି ଏହାର ପ୍ରମୁଖ କାରଣ ରହିଛି ।

ଅନେକ ଜାଗାରେ ପାଇପ ଗୁଡିକରେ ଛିଦ୍ର ରହୁଥିବାରୁ ବାହାର ପାଣି ସେଥିରେ ମିସୁଅଛି ଧୀରେ ଧୀରେ ଏହି ରୋଗ କାୟା ବିସ୍ତାର ଆରମ୍ଭ କରିଥିଲେ ମଧ୍ୟ ଜଳ ଗ୍ରାମ୍ୟ ପରିମଳ ଓ ଜଳ ଯୋଗାଣ ବିଭାଗ ପକ୍ଷରୁ କୋୖଣସି ସଚତେନତା କାର୍ଯ୍ୟକ୍ରମ ତ ଦୂରର କଥା ସାମାନ୍ୟ ବ୍ଲିଚିଙ୍ଗ ପାଉଡର ଟିକିଏ ଯୋଗାଇ ଦେଉନଥିବାର ଜଣାଯାଇଛି ।

ସେହିପରି ସ୍ୱାସ୍ଥ୍ୟ ବିଭାଗ ମଧ୍ୟ କୌଣସି ପଦକ୍ଷେପ ନେଉନାହିଁ ନେଡି ଗୁଡ କହୁଣିକୁ ବୋହିବା ପୂର୍ବରୁ ଉକ୍ତ ବିଭାଗ ପକ୍ଷରୁ ଉକ୍ତ ରୋଗରୁ ଜନସାଧାରଣ ମାନଙ୍କୁ ସୁରକ୍ଷିତ ଭାବରେ ବଂଚିବା ପାଇଁ ସାଧାରଣରେ ଦାବି ହେଉଅଛି ।

new life
You might also like
error: Content is protected !!