News
WhatsApp Image 2023-10-04 at 17.25.00
samparksetu

ବିପଦ ସଂକୁଳ ଅବସ୍ଥାରେ ରାସ୍ତା ମଝିରେ ଟ୍ରାନ୍ସଫର୍ମର

ଢେଙ୍କାନାଳ ଜିଲ୍ଲାରେ ବିଦ୍ୟୁତ ବିଭାଗର ଚରମ ଅବହେଳା ପାଇଁ ବହୁ ଧନଜୀବନ ପଶୁପକ୍ଷୀ ଜୀବନ ନଷ୍ଟ ହେଉଥିଲେ ମଧ୍ୟ କର୍ତୃପକ୍ଷଙ୍କ ହେୟଜ୍ଞାନ ନାହିଁ । ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଗାଳପଡା ପଂଚାୟତ ବେରୁଆଁପାଳ କେନ୍ଦୁପଲ୍ଲୀ ଗ୍ରାମ ରାସ୍ତା ମଝିରେ ଏକ ଟ୍ରାନ୍ସଫର୍ମର ବିପଦ ସଂକୁଳ ଅବସ୍ଥା ରେ ରହିଅଛି ଯେଉଁଥିରେ କି ଚତୁଃପାର୍ଶ୍ଵରେ ସୁରକ୍ଷା ପାଚେରୀ ନିର୍ମାଣ ହୋଇନାହିଁ ।

ଏହା ରାସ୍ତା ମଝିରେ ଥିବାରୁ ଯାନବାହାନ ଓ ସାଧାରଣ ଲୋକ ମାନେ ଗମନା ଗମନ ରେ ନାହିଁ ନଥିବା ଅସୁବିଧା ରେ ସମୁଖୀନ ହେଉଥିବା ସହ ସମସ୍ତଙ୍କ ଜୀବନ ବିପଦପୂର୍ଣ୍ଣ ଅବସ୍ଥାରେ ଅଛି । ଏ ବାବଦରେ ବହୁତ ଥର ବିଦ୍ୟୁତ ବିଭାଗ ଙ୍କୁ ଜଣାଇଥିଲେ ମଧ୍ୟ ଏହାର କୌଣସି ସୁବ୍ୟବସ୍ଥା କିମ୍ବା ପ୍ରତିକାର ହୋଇ ପାରୁନାହିଁ । ଏହା ଛଡା ହିନ୍ଦୋଳ ଉପଖଣ୍ଡରେ ବାରମ୍ବାର ବିଦ୍ୟୁତ କାଟ ହେଉଥିବାରୁ ଜନସାଧାରଣ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେବା ସହ ଛାତ୍ରଛାତ୍ରୀ, ବିଦ୍ୟାର୍ଥୀ ମାନଙ୍କର ପାଠପଢାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହେଉଛି ।

ରାସ୍ତା ମଝିରେ ଥିବା ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମରଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା କିମ୍ବା ଏହାର ଚାରିପଟେ ସୁରକ୍ଷା ବଳୟ ନିର୍ମାଣ କରିବା ସହ ,ଅଘୋଷିତ ବିଦ୍ୟୁତକାଟ ବନ୍ଦ କରିବା, ନିମନ୍ତେ ଗଲାପଡା ବାସି ଓ ହିନ୍ଦୋଳ ଉପଖଣ୍ଡ ଜନସାଧାରଣ ଦାବି କରିଛନ୍ତି ।

new life
You might also like
error: Content is protected !!