News
WhatsApp Image 2023-10-04 at 17.25.00
samparksetu

କପିଳାସ ପୀଠରେ ଟୋଲ ଗେଟ, ପାର୍କିଙ୍ଗ ଷ୍ଟାଣ୍ଡ ନାମରେ ଶୋଷଣ

ଶ୍ରାବଣ ମାସ ସୋମବାର ଅବସରରେ ଢେଙ୍କାନାଳ ଜିଲ୍ଲା ର ପ୍ରସିଦ୍ଧ ଶୈବ ପୀଠ କପିଳାସ କୁ ହଜାର ହଜାର ସଂଖ୍ୟାରେ କାଉଡିଆ ଓ ଶ୍ରଦ୍ଧାଳୁ ଙ୍କ ସୁଅ ଛୁଟିଛି ମାତ୍ର ପୀଠ ତଳେ ବ୍ୟାପକ ଏବ୍ୟବସ୍ଥା ନେଇ ଶ୍ରଦ୍ଧାଳୁ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଏଠ ସିଧାସଳଖ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକୁ ଫୁ କରି ଦେବୋତ୍ତର ବିଭାଗ ତରଫରୁ ୧୦ ଘଣ୍ଟା ପାଇଁ ଛୋଟ ଗାଡିର ପାର୍କିଙ୍ଗ ଭଡା ୫୦ଟଙ୍କା ଓ ବଡ ଗାଡି ୮୦ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଏଠି ଛୋଟ ଗାଡିକୁ ୧୫୦ ଓ ବଡ ଗାଡିକୁ ୩୦୦ ଟଙ୍କା ଲେଖାଏଁ ଜୋର ଜବରଦସ୍ତ ନେଉଥିବାର ଦେଖିବାକୁ ମିଳିଥିଲା । ଦେବୋତ୍ତର ବିଭାଗ ପକ୍ଷରୁ ପଠାଯାଇଥିବା ରସିଦି ରେ କୌଣସି ଗାଡି ନମ୍ବର ଲେଖାଯାଉ ନଥିବାରୁ, ପୀଠକୁ ଆସୁଥିବା ଶ୍ରଦ୍ଧାଳୁ ଚାନ୍ଦା ଆଦାୟ କାରୀଙ୍କ ଦୌରାତ୍ମକ ରେ ଅତିଷ୍ଟ ହୋଇ ଅସନ୍ତୋଷ ପ୍ରକାଶ କରିବା ସହ କାନା ମୁଣ୍ଡ ଆଉଁସି ଘରକୁ ଫେରିଛନ୍ତି ।

ପାର୍କିଙ୍ଗ ଓ ଟୋଲ ଵେବସ୍ଥାକୁ ନେଇ ସବୁଆଡେ ଅସନ୍ତୋଷ ଦେଖିବାକୁ ମିଲିଛି । ପୀଠକୁ ଭକ୍ତି ଭାବ ନେଇ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ଠାରୁ ଟୋଲ ଫି ପାର୍କିଙ୍ଗ ଫି, ନଡ଼ିଆ ଏବଂ ଭୋଗରୁ ମନଇଛା ଅର୍ଥ ଆଦାୟ ହେଉଥିବାରୁ ଶ୍ରଦ୍ଧାଳୁମାନେ ଶୋଷଣର ଶିକାର ହେଉଛନ୍ତି, ଏହିଭଳି ଅବ୍ୟବସ୍ଥା କେଉଁ ପୀଠରେ ହେଉନଥିବା ବେଳେ କପିଳାସକୁ ଆସୁଥିବା ଶ୍ରଦ୍ଧାଳୁମାନେ ତିକ୍ତ ଅନୁଭୂତି ନେଇ ଫେରିଛନ୍ତି । ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷପ ନେବା ଆବଶ୍ୟକତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

new life
You might also like
error: Content is protected !!