News
WhatsApp Image 2023-10-04 at 17.25.00
samparksetu

ମିଳିପାରୁ ନାହିଁ ଆବାସ ,ଗାଁ ମନ୍ଦିର ପାଲଟିଛି ଆଶ୍ରୟ ସ୍ଥଳୀ

ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ କନ୍ତାମିଲା ଗ୍ରାମ ପଞ୍ଚାୟତ ବିଲେଇ ଖଳି ଗ୍ରାମରେ ବାସ କରନ୍ତି ବଂଶିଧର ଗଡ଼ନାୟକ (୭୫) ।ତାଙ୍କୁ ଏବେ ଯାଏଁ ମଧ୍ୟ ମିଳି ପାରିନାହିଁ ଆବାସ ।ଏପଟେ ସରକାର ବିଭିନ୍ନ ଯୋଜନା ଉପରେ ଯୋଜନା କରି ବାହାବାହା ନେଲା ବେଳେ , କନ୍ତାମିଲା ଗ୍ରାମ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସଠିକ୍ ଭାବରେ କାର୍ଯ୍ୟ ନକରିବା ଯୋଗୁ ଯୋଗ୍ୟ ହିତାଧିକାରୀ ଘରଖଣ୍ଡେ ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଦୁଃଖର ବିଷୟ ତାଙ୍କର ଆବାସ ଯୋଜନା ତାଲିକାର ୧୩୮ ନମ୍ବର ରେ ନାମ ଥାଇ ମଧ୍ୟ ଆବାସ ଯୋଜନା ରୁ ବଞ୍ଚିତ ହୋଇଛନ୍ତି ବଂଶିଧର ।ସେ ଅଭିଯୋଗ ମଧ୍ୟ ଆଣିଛନ୍ତି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ତାଙ୍କ ଠାରୁ ଲାଞ୍ଚ ମାଗୁଛନ୍ତି । ତାଙ୍କ ଦୁଃଖ କଥା କହିବା ପାଇଁ ଓ ପଞ୍ଚାୟତ କାର୍ଯ୍ୟାଳୟ କୁ ଗାଡ଼ି କରି ଧାଇଁବା ପାଇଁ ପାଖରେ ନାହିଁ ଟଙ୍କା ବୋଲି ସେ କହିଛନ୍ତି ।

ତାଙ୍କର ଦୁଇ ପୁତ୍ର ବାପାଙ୍କୁ ୬/୭ ବର୍ଷ ହେବ ପଚାରୁ ନାହାନ୍ତି, ରହିବା ପାଇଁ ମଧ୍ୟ ଘରଖଣ୍ଡେ ନଥିବାରୁ ଗାଁ ମନ୍ଦିର କମିଟି ଓ ଗ୍ରାମ ବାସି ଙ୍କ ଦୟାରୁ ମନ୍ଦିର ପାଲଟିଛି ତାଙ୍କ ପାଇଁ ଆଶ୍ରୟ ସ୍ଥଳୀ । ସେହି ପଞ୍ଚାୟତ ର ସରପଞ୍ଚଙ୍କୁ ପଚାରିବାରୁ ସେ କହିଲେ କି ଯିଏ ଲାଞ୍ଚ ମାଗିଛି ତାଙ୍କ ଉପରେ ମୁଁ କାର୍ଯ୍ୟାନୁଷ୍ଠାନ ନେବି ,ବଂଶିଧର ହେଉଛନ୍ତି ଯୋଗ୍ୟ ହିତାଧିକାରୀ ତାଙ୍କ ପାଇଁ ମୁଁ ଯଥା ଶିଘ୍ର ଘର ଖଣ୍ଡେ ଯୋଗେଇ ଦେବି ।

ଗ୍ରାମବାସୀ ବଂଶିଧର କୁ ନେଇ ୫ଟି ସଚିବ ଭିକେ ପାଣ୍ଡିଆନ ଙ୍କ ହିନ୍ଦୋଳ ଗସ୍ତ ସମୟରେ ବଂଶିଧର ଙ୍କ ଦୁଃଖ ଜଣାଇବାକୁ କହିଛନ୍ତି ଗ୍ରାମ ବାସୀ ।

new life
You might also like
error: Content is protected !!