News
WhatsApp Image 2023-10-04 at 17.25.00
samparksetu

ମିଳିଲା ମୃତ ମହିଳାଙ୍କ ପରିଚୟ

ଭୁବନ ଥାନା ଅନ୍ତର୍ଗତ ବାଲିବୋ ପଞ୍ଚାୟତ ର ବାଇପାସ ରାସ୍ତା କଡ଼ରେ ଗୋଟିଏ ମୁଣ୍ଡ ବିହୀନ ମହିଳାଙ୍କ ଶବ ପଡିଥିବାକୁ ନେଇ ୨ ଦିନ ହେଲା ପୋଲିସ ନାକେଦମ ହୋଇପଡିଛନ୍ତି । ମୁଣ୍ଡ ବିହୀନ ଗଳିତ ଶବ କୁ କଟକ ବ୍ୟବଛେଦ ନିମନ୍ତେ ପଠାଯାଇଛି ।

ଅପରପକ୍ଷେ ଭୁବନ ଥାନା ପକ୍ଷରୁ ମିସିଙ୍ଗ ରିପୋର୍ଟ ନେଇ ବିଭିନ୍ନ ଥାନାକୁ ଖବର ଦିଆଯାଇଥିଲା । ସୁକିନ୍ଦା ଥାନାରେ ଗତ ସପ୍ତାହରେ ସୁକିନ୍ଦା ଥାନା ଜାମୁପଶି ଗ୍ରାମର ଜଣେ ୩୫ ବର୍ଷ ମହିଳା ନିଖୋଜ ଥିବା ରିପୋର୍ଟ ହୋଇଥିଲା । ରିପୋର୍ଟରେ ଯେଉଁ ଫଟୋ ଲଗାଯାଇଛି ମୃତ ମହିଳା ମଧ୍ୟ ସେହି ଶାଢ଼ୀ ପିନ୍ଧି ଥିବାରୁ ପୋଲିସ ମୃତକ ର ପରିଚୟ ପାଇବାରେ ଅଧିକ ପରିଶ୍ରମ କରିବାକୁ ପଡ଼ିନାହିଁ ।

ଶାଢ଼ୀ କୁ ଆଧାର କରି ମହିଳାଙ୍କ ସ୍ୱାମୀ ପାଖରେ ପହଞ୍ଚିଥିଲେ ଭୁବନ ପୋଲିସ । ପାରିପାର୍ଷିକ ଅବସ୍ଥାକୁ ନେଇ ତଦନ୍ତ କରିବା ପରେ ସନ୍ଦେହରେ ଥାନାକୁ ଅଣାଯାଇ ପଚରା ଉଚରା ଜାରିରହିଛି ।ମହିଳା ଜଣକ ହେଉଛନ୍ତି ସୁକିନ୍ଦା ଥାନା ଜାମୁପସି ଗ୍ରାମର ଅମି ନାୟକ । ସେ ଗରୁଡ଼ବନ୍ଧୀ ଗ୍ରାମରେ ବିବାହ କରିଥିଲେ ତାଙ୍କର ୨ ଟି ପୁଅ ଅଛନ୍ତି । ଏହି ଘଟଣାରେ ପୋଲିସ ଜଣେ ବ୍ୟକ୍ତି ଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି । ମହିଳା ଜଣଙ୍କ ହତ୍ୟା ର ୨ ଦିନ ପୂର୍ବରୁ ଗରୁଡ଼ବନ୍ଧି ଗ୍ରାମକୁ ଆସିଥିବା ଗ୍ରାମବାସୀ ଙ୍କ ସୂତ୍ରରୁ ଜଣାପଡିଛି ।

new life
You might also like
error: Content is protected !!