News
WhatsApp Image 2023-10-04 at 17.25.00
samparksetu

ଟଙ୍କିକିଆ ଚାଉଳ ପାଇଁ ଚାଲିବାକୁ ପଡୁଛି ୧୦ କିଲୋମିଟର

ଢେଙ୍କାନାଳ ଜିଲ୍ଳା ଓଡାପଡା ବକ୍ଲ କାଣ୍ଡବିନ୍ଧା ପଞ୍ଚାୟତ ତାମଣ୍ଡା ଗ୍ରାମବାସୀଙ୍କ ପାଇଁ ସରକାରଙ୍କ ପିଡିଏସ ଯୋଜନାରେ ଟଙ୍କିକିଆ ଚାଉଳ ପାଇଁ ବୃଦ୍ଧ,ବୃଦ୍ଧା,ନାବାଳକ ମାନଙ୍କୁ ୧୦ କିଲୋମିଟର ଚାଲିବାକୁ ପଡୁଛି ।

ଖରା,ବର୍ଷା,ଶୀତ କାକର ଏବଂ ବନ୍ୟ ଯନ୍ତୁଙ୍କୁ ଖାତିର ନକରି ଗରିବ ଲୋକମାନେ ପାଦରେ ଚାଲିଚାଲି ଚାଉଳ ଆଣିବା ଘଟଣା ସରକାରଙ୍କ ଯୋଜନା ପ୍ରତି ଅଙ୍ଗୁଳି ନିଦ୍ଦେର୍ଶ କରିଛି । ଏ ଦିଗରେ ଜିଲ୍ଲାପାଳ ଏବଂ ସରକାରଙ୍କ ୫ଟି ସଚିବ ଦୃଷ୍ଟି ଦେବା ସହତି ତୁରନ୍ତ କାର୍ଯ୍ୟ।ନୁଷ୍ଠାନ ପାଇଁ ଦାବି ହୋଇଛି ।

ଓଡାପଡା ବ୍ଲକ ଅନ୍ତର୍ଗତ କାଣ୍ଡବିନ୍ଧା ପଞ୍ଚାୟତ ଅଧିନରେ ରହିଛି ତାମଣ୍ଡା ଗ୍ରାମ । ଢେଙ୍କାନାଳ ସହର ଠାରୁ ୧୯ କିଲୋମିଟର ଦୂରରେ ଏହି ଗ୍ରାମ ରହିଥିବା ବେଳେ ସଞ୍ଜ ନଇଁଲେ ହାତୀଙ୍କ ଉତ୍ପାତ ଏବଂ ବାରହା ମାନଙ୍କ ଉତ୍ପାତ କହିଲେ ନସରେ ।୨୦୧୧ ଜନଗଣନା ଅନୁସାରେ ଗ୍ରାମରେ ୪୨୨ ଲୋକସଂଖ୍ୟା ମଧ୍ୟରୁ ୧୯୯ ଜଣ ମହିଳା ଏବଂ ୨୨୩ ଜଣ ପୁରୁଷ ବୋଲି ଜଣାପଡିଛି ।

କିନ୍ତୁ ବର୍ତ୍ତମାନ ଲୋକସଂଖ୍ୟା ବହୁତ ଅଧିକ ରହିଛି । ଲୋକମାନଙ୍କ ମଧ୍ୟରୁ ୮୦ ଭାଗ ଲୋକ ଗରିବ ଆଦିବାସୀ ଏବଂ ହରିଜନ ଶ୍ରେଣୀର ବୋଲି ଜଣାପଡିଛି ।ଗରିବ ଆଦିବାସୀ ଏବଂ ହରିଜନଙ୍କ ସହିତ ଅନ୍ୟମାନଙ୍କୁ ସରକାର ମାସିକ ୫ କେଜି ଚାଉଳ ପ୍ରଦାନ କରୁଛନ୍ତି । କିନ୍ତୁ ତାମଣ୍ଡା ଗ୍ରାମବାସୀଙ୍କ ପାଇଁ ଟଙ୍କିକିଆ ଚାଉଳ ପାଇବା କଷ୍ଟକର ବ୍ୟାପାର ହୋଇଛି । କାଣ୍ଡବିନ୍ଧା ପଞ୍ଚାୟତଟି ତାମଣ୍ଡା ଠାରୁ ରାସ୍ତାରେ ଚାଲିଚାଲି ଗଲେ ୮ କିଲୋମିଟର ଏବଂ ଜଙ୍ଗଲ ରାସ୍ତାରେ ଗଲେ ୫ କିଲୋମିଟର ଯିବାକୁ ପଡେ ।

ଗ୍ରାମକୁ ରାସ୍ତା ଥିଲେ ମଧ୍ୟ କୌଣସି ଯାନ ବାହନ ଚଳାଚଳ କରୁନାହିଁ । ଗ୍ରାମବାସୀମାନେ ପାଦରେ ଚାଲି ଚାଲି ବଳରାମପୁର କିମ୍ବା ଦୀର୍ଘ ୧୦ ମିଟର ଗଦାଶିଳା ବସଷ୍ଟାଣ୍ଡ ଛକକୁ ଆସିଲେ ଜିଲ୍ଲା ସଦର ମହକୁମାକୁ ଆସିବାକୁ ପଡିଥାଏ । ପାଠ ପଢିବା ପାଇଁ ମଧ୍ୟ ବଳରାମପୁର କିମ୍ବା କାଣ୍ଡବିନ୍ଧ। ଆସିବାକୁ ପଡିଥାଏ । ତୁରନ୍ତ ଗ୍ରାମରେ ଡିଲର ନିଯୁକ୍ତି କିମ୍ବା ତାମଣ୍ଡା ଗ୍ରାମରେ ହିତାଧିକ।ରୀଙ୍କୁ ଚାଉଳ ଦେବାକୁ ଗରିବ ଲୋକମାନେ ଦାବି କରିଛନ୍ତି ଜୀବନକୁ ବାଜି ଲଗାଇ ଦୀର୍ଘ ୧୦ କିଲୋମିଟର ରୁ ଅଧିକ ରାସ୍ତା ଅତିକ୍ରମ କରି ଗଣ୍ଡେ ଚାଉଳ ପାଇଁ ଯିବା ଘଟଣାର ତଦନ୍ତ ସହିତ ଜିଲ୍ଲାପାଳ,ସରକାରଙ୍କ ୫ଟି ସଚିବ ପଦକ୍ଷେପ ନେବାକୁ ଦାବି ହୋଇଛି ।

new life
You might also like
error: Content is protected !!