News
WhatsApp Image 2023-10-04 at 17.25.00
samparksetu

ଜମିହରା ପ୍ରଜାଙ୍କ ରୁଙ୍ଗଟା କମ୍ପାନୀ ସମ୍ମୁଖରେ ଆନ୍ଦୋଳନ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଜମିହରା ବିସ୍ଥାପିତଙ୍କୁ ଠକିଦେଇଛି ହିନ୍ଦୋଳ ଉପଖଣ୍ଡରେ ଗଢିଉଠିଥିବା ରୁଙ୍ଗଟା କମ୍ପାନୀ । ଆଜି ସକାଳୁ ନିଜର ହକ ଦାବିରେ କମ୍ପାନୀ ସମ୍ମୁଖରେ ଉପଖଣ୍ଡ ତର୍କବେଡା ବାଲିସାହିର ବାସିନ୍ଦା ମାନେ ଧାରଣାରେ ବସିଥିବା ବେଳେ ହିନ୍ଦୋଳର ଜନପ୍ରିୟ ବିଧାୟିକା ଜମିହରା ପ୍ରଜାଙ୍କ ସମର୍ଥନରେ ନିଜେ ଧାରଣାସ୍ଥଳରେ ବହୁସମୟ ଦାବି ପୂରଣ ପାଇଁ ବସି ରହିଥିଲେ।

ଘଟଣାରୁ ପ୍ରକାଶ ଯେ , ୨୦୦୭ ମସିହା ଠାରୁ ରୁଙ୍ଗଟା କମ୍ପାନୀ ଜମି ଅଧିଗ୍ରହଣ କରିଥିବା ବେଳେ ଜନ ସାଧାରଣଙ୍କ ମୌଳିକ ସୁବିଧାକୁ ଟିକେ ହେଲେ ଗୁରୁତ୍ୱ ଦେଉନଥିବା ଜଣାପଡିଛି । ବିଭିନ୍ନ ସମୟରେ ଜମିହରା ପ୍ରଜା ମାନେ କମ୍ପାନୀ ବିରୁଦ୍ଧରେ ଆନ୍ଦୋଳନ କରୁଥିବା ବେଳେ ଆଜି ତର୍କବେଡା ଗ୍ରାମ ବାଲିସାହିର ୫୪ଜଣ ବିସ୍ଥାପିତ ପରିବାର କମ୍ପାନୀ ସମ୍ମୁଖରେ ଧାରଣା ଦେଇଥିଲେ ।

ସେମାନଙ୍କ ଦାବି ହେଲା ଆଜକୁ ୧୬ବର୍ଷ ହେଲା କମ୍ପାନୀ ଆମକୁ ଚାକିରୀ ଦେବ କହି ଠକୁଛି ଚାକିରୀ ଦେଉନାହିଁ, ଚାକିରୀ ବଦଳରେ ବିସ୍ଥାପିତ ପରିବାର ଙ୍କୁ ୨୦ ଲକ୍ଷ ଟଙ୍କା ଦେବ ବୋଲି କମ୍ପାନୀ ଦୀର୍ଘ ଦିନ ହେବ ପ୍ରତିଶୃତି ଦେଇ ଆସୁଥିବା ବେଳେ ପ୍ରତିଶୃତିକୁ ପାଳନ କରୁନି । ରୁଙ୍ଗଟା କମ୍ପାନୀ ବିସ୍ଥାପିତଙ୍କ ଦାବିକୁ ମାନୁ ନଥିବାରୁ ଆଜି ସକାଳୁ ସ୍ଥାନୀୟ ଅଧିବାସୀ ମାନେ କମ୍ପାନୀ ସମ୍ମୁଖରେ ଧାରଣାରେ ବସିଥିବା ବେଳେ ହିନ୍ଦୋଳ ତହସିଲଦାର ସୁଶାନ୍ତ ମିଶ୍ର ପହଁଞ୍ଚି ଉତ୍ୟକ୍ତ ଜନ ସାଧାରଣଙ୍କୁ ବୁଝାସୁଝା କରିଥିଲେ ।

ହିନ୍ଦୋଳର ବିଧାୟିକା ସୀମାରାଣୀ ନାୟକ ମଧ୍ୟ ଧାରଣା ସ୍ଥଳରେ ଲୋକମାନଙ୍କ ସହିତ ବସିରହି ତାଙ୍କ ଦାବି ଗୁଡିକୁ କମ୍ପାନୀ ମାନିନେଉ ବୋଲି କମ୍ପାନୀ ଆଗରେ ଦାବି କରିଥିଲେ ଏବଂ କମ୍ପାନୀକୁ ଜନ ସାଧାରଣଙ୍କ ଦୁଃଖ ବୁଝିବାକୁ ଦାବିକରି ଜିଦଧରି ରହିଥିଲେ ଫଳରେ ଆଗାମୀ ଗୋଟିଏ ମାସ ଭିତରେ କମ୍ପାନୀ ବିସ୍ଥାପିତ ପରିବାରଙ୍କ ଦାବିକୁ ମାନି ନେବା ପାଇଁ ପ୍ରତିଶୃତି ଦେଇଥିଲା ଏବଂ ନିର୍ଭର ପ୍ରତିଶୃତି ଦେବାପରେ ବିଧାୟିକାଙ୍କ ସହ ଜନସାଧାରଣ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

new life
You might also like
error: Content is protected !!