News
WhatsApp Image 2023-10-04 at 17.25.00
samparksetu

କେନାଲ ରେ ବୁଡି ଚାଷୀ ନିଖୋଜ

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ଗେଙ୍ଗୁଟିଆ ଗ୍ରାମର ଚାଷୀ ଅନ୍ତର୍ଯ୍ୟାମୀ ସାହୁ (୬୦) ଆଜି ଅପରାହ୍ନ ୨ ଘଟିକା ବେଳେ ରେଙ୍ଗାଲି ମୁଖ୍ୟ ବାମ କେନାଲ ର ଗେଙ୍ଗୁଟିଆ ନିକଟରେ ଗାଧୋଉଥିବା ବେଳେ ଅସାବଧାନତା ହେତୁ ପାଣିରେ ବୁଡି ଯାଇଥିଲେ ।

ତାଙ୍କର ଘରକୁ ଫେରିବା ବିଲମ୍ୱ ହେବାରୁ ପରିବାର ଲୋକ ଖୋଜା ଖୋଜି କରିଥିଲେ ସୁଦ୍ଧା ସନ୍ଧାନ ପାଇ ନଥିଲେ । କେନାଲ କୂଳରେ ବସ୍ତ୍ର ଥିବା ଦେଖି ଲୋକମାନେ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଖୋଜା ଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳି ପାରିନାହିଁ । ଗେଙ୍ଗୁଟିଆ ଆର ଆଇ ବିବେକା ନନ୍ଦ ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି,ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଛି, ନିଖୋଜ ଚାଷୀ ଙ୍କ କୌଣସି ସନ୍ଧାନ ମିଳି ପାରିନଥିବା ସୂଚନା ଦେଇଛି ପୋଲିସ ।

new life
You might also like
error: Content is protected !!