News
WhatsApp Image 2023-10-04 at 17.25.00
samparksetu

ଖାଇଗଲେ ଆଠ ଲକ୍ଷ ପଚାଶ ହଜାର ଟଙ୍କା , ଭିଜିଲାନ୍ସ ତଦନ୍ତ ଦାବି

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର କଙ୍କଡ଼ାହାଡ଼ ବ୍ଳକ ଓ ପଞ୍ଚାୟତ ଅର୍ନ୍ତଗତ କନ୍ଧରା ଠାରୁ ସୁନିଆ ଗ୍ରାମକୁ ଯାଇଥିବା ମୁଖ୍ୟ ରାସ୍ତା ନିର୍ମାଣ ପାଇଁ ମହାତ୍ମାଗାନ୍ଧି ଜାତୀୟ ଗ୍ରାମିଣ ନିଶ୍ଚିତ୍ କର୍ମ ନିଯୁକ୍ତି ଯୋଜନାରେ ୨୦୨୨-୨୦୨୩ ଆର୍ଥିକ ବର୍ଷରେ ଆଠ ଲକ୍ଷ ପଚାଶ ହଜାର ଟଙ୍କାର ଅନୁଦାନପ୍ରଦାନ କରାଯାଇଥିଲା ଯାହାର ୱIର୍କ କୋଡ଼ ନମ୍ବର ୨୪୦୭୦୦୫୦୧୧/RC ୧୦୫୩୮୮୮୮ରେ ବିଲ ହୋଇଛି ।

ଏହି କାର୍ଯ୍ୟ ପାଇଁ ୭ଲକ୍ଷ ୫୪ହଜାର ୩୪୧ ଟଙ୍କା ବିଲ୍ ପୈଠ ହୋଇଥିବା ବିଶେଷତ୍ଵରୁ ଜଣାଯାଇଛି ।ଏହି ରାସ୍ତାଟି ପାଇଁ ଗ୍ରାମବାସୀ ମାନେ ବାରମ୍ବାର ଅଭିଯୋଗ କରିବା ପରେ ବିଧାୟକ ନୃସିଂହ୍ନ ଚରଣ ସାହୁ ସହାୟତା କରିଥିଲେ ।ଏହି ରାସ୍ତାଟି ଏତେ ନିମ୍ନମାନର ହୋଇଛି ଯେ ଚାଲିଯିବା ସମ୍ଭବ ପର ନୁହେଁ । ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ ବ୍ଲକ୍‌ଟି ୨୧ଟି ପଞ୍ଚାୟତରେ ୭୦ ଭାଗ ଲୋକ ଆଦିବାସୀ ଓ ଅଶିକ୍ଷିତ ହୋଇଥିବାରୁ ଉକ୍ତ ଅଞ୍ଚଳର ଉନ୍ନତି ନାମରେ ବିଭିନ୍ନ ବିଭାଗରୁ ଆସୁଥିବା ଅର୍ଥ ହରିଲୁଟ୍ କରିଚାଲିଛନ୍ତି ।

ଏଠାରେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ଅବସ୍ଥା ଦେଖା ଦେଇଛି । ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।୨୦୨୨-୨୦୨୩ ଆର୍ଥିକ ବର୍ଷରେ ଏନ୍‌ ଆରଇଜିଏସ୍‌ ଯୋଜନରେ ପୋଖରୀ ,ରାସ୍ତା, ବୃକ୍ଷ ରୋପଣ, ସ୍କୁଲ୍ ଗୃହ, ପାଚେରୀ ବହୁ ଉନ୍ନତିମୂଳକ କାର୍ଯ୍ୟପାଇଁ ମଞ୍ଜୁର ହୋଇଥିବା ବେଳେ ୭୦ ଭାଗ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏଣୁ ସମସ୍ତ କାର୍ଯ୍ୟକୁ ଉଚ୍ଚ ସ୍ତରୀୟ ତଦନ୍ତ କରିବା ସହ ଭିଜିଲାନ୍ସର ତଦନ୍ତ ଆବଶ୍ୟକ ବୋଲି ଜନ ସାଧାରଣ ଦାବି କରିଛନ୍ତି ।

new life
You might also like
error: Content is protected !!