News
WhatsApp Image 2023-10-04 at 17.25.00
samparksetu

ରାଜନୈତିକ ଆକ୍ରୋଶରୁ ହିଂସା କାଣ୍ଡ ଅଭିଯୋଗ

ହିନ୍ଦୋଳ ଥାନା ହାତୁରା ପଞ୍ଚାୟତ ଅନ୍ତର୍ଗତ ପଡା ଗ୍ରାମରେ ଗୋଟଏ ପରିବାର ପ୍ରତି ରାଜନୈତିକ ଆକ୍ରୋଶ ମୂଳକ ମନୋଭାବ ରଖି ସେହି ଗ୍ରାମର ଦୁଇ ଭାଇ ମାଡ଼ ମାରିବା ସହ ଦୋକାନ ଓ ଘରୁ ଜିନିଷ ପତ୍ର ଫିଙ୍ଗା ଫୋପଡ଼ା କରି ୧୦ ହଜାର ଟଙ୍କା ସହ ଏକ ସୁନା ଚେନ ଲୁଟି ନେଇଥିବା ହିନ୍ଦୋଳ ଥାନାରେ ଅଭିଯୋଗ ହୋଇଛି।

ତେବେ ଘଟଣାଟି ଗତ ଶୁକ୍ରବାର ସନ୍ଧ୍ୟା ୫ ଟା ସମୟରେ ଘଟିଥିଲେ ମଧ୍ୟ ପୋଲିସ ଏଯାଏଁ ଅପରାଧୀଙ୍କୁ ଗିରଫ ନକରି କେବଳ ଘଟଣାଟିକୁ ତଦନ୍ତ ମଧ୍ୟରେ ସୀମିତ ରଖିଛି । ଫଳରେ ଅଭିଯୋଗ କାରୀଙ୍କ ପରିବାର ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି।

ଘଟଣାରୁ ପ୍ରକାଶ ଯେ , ଗ୍ରାମର ପ୍ରମୋଦ କୁମାର ପତି ସବୁ ଦିନ ଭଳି ଉପରବେଳା ୪.୩୦ ମିନିଟ୍ ସମୟରେ ନିଜ ଘର୍ ସଂଲଗ୍ନ ଦୋକାନ ଖୋଲି ଥିଲେ। କିଛି ସମୟ ପରେ ବିପ୍ରବର ନାଥଙ୍କ ଦୁଇ ପୁଅ ଦୀପକ ଓ ରୁଦ୍ର ନାରାୟଣ ହାତରେ ପଥର ଓ ଠେଙ୍ଗା ଧରି ପ୍ରମୋଦଙ୍କ ଦୋକାନ ସାମ୍ନାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏହା ସହ ଦୋକାନର ଅନେକ ଜିନିଷ ପତ୍ର ଫିଙ୍ଗା ଫୋପଡ଼ା କରି ପେଟ୍ରୋଲ ଢାଳି ତାଙ୍କ ଘର ନିଆଁ ଲଗାଇ ଦେବାକୁ ଧମକ ଚମକ ଦେଇଥିଲେ ବୋଲି ପ୍ରମୋଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପୁନଶ୍ଚ ଦୁଇ ଅଭିଯୁକ୍ତ ଭାଇ ପ୍ରମୋଦଙ୍କ ବୁଢ଼ୀ ମା ଭାମା ପତି (୭୪) ଙ୍କୁ ଧକା ଦେବା ସହ ଗୋଇଠା ମାରି ପକାଇ ଦେଇ ତାଙ୍କ ଘରେ ପଶି ଫ୍ରିଜ୍, ଟିଭି ଭାଙ୍ଗି ଦେବା ସହ ଆଲମିରା ଭାଙ୍ଗି ୧୦ ହଜାର ଟଙ୍କା ସହ ଏକ ସୁନା ଚେନ ଲୋଟି ନେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଘଟଣା ମୂଳରେ ଗତ ପଞ୍ଚାୟତ ନିର୍ବାଚନ ଫଳା ଫଳ ଉଭୟ ପରିବାରଙ୍କୁ ହିଂସା ପରାୟଣ କରିଦେଇ ଥିଲା ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଲାଗି ରହିଥିଲା।

ଗତ ଶୁକ୍ରବାର ସନ୍ଧ୍ୟା ର ଘଟଣା ହିଂସାତ୍ମକ ଭାବ ରୂପରେ ପ୍ରକାଶ ପାଇଥିଲା। ପ୍ରମୋଦଙ୍କ ଅଭିଯୋଗ କୁ ଗ୍ରହଣ କରି ହିନ୍ଦୋଳ ଥାନା ପୋଲିସ୍ ଘଟଣାର ପ୍ରାଥମିକ ତଦନ୍ତ କରିବା ସହ ଥରେ ଦୁଇ ଥର ଉଭୟ ପକ୍ଷଙ୍କୁ ଥାନାକୁ ଡ଼କାଇ ପଚରା ଉଚରା କରିଥିବା ଜଣା ପଡ଼ିଛି । ମାତ୍ର ଏଯାଏଁ ଅଭିଯୁକ୍ତ ଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଅଭିଯୋଗ କାରି ପ୍ରମୋଦ ଏନେଇ ଜିଲ୍ଲାପାଳ ଓ ଏସ ପି ଙ୍କୁ ଅଭିଯୋଗ ଶୁଣାଣି ଶିବିରରେ ଜଣାଇବେ ବୋଲି ପ୍ରକାଶ କରିଛନ୍ତି।

new life
You might also like
error: Content is protected !!