News
WhatsApp Image 2023-10-04 at 17.25.00
samparksetu

ଟାଟା ଷ୍ଟିଲ୍ ମେରାମଣ୍ଡଳି ଓ ଢେଙ୍କାନାଳ ଜିଲ୍ଲା ପୁଲିସ୍ ସହ ଭାଗିତାରେ ବର୍ଷାଋତୁ ଜନିତ ସଡକ ଓ ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନର ଶୁଭାରମ୍ଭ

ଟାଟା ଷ୍ଟିଲ୍ ମେରାମଣ୍ଡଳି(ଟିଏସ୍‌ଏମ୍‌)ର ସୁରକ୍ଷା ବିଭାଗ ଓ ଢେଙ୍କାନାଳ ଜିଲ୍ଲା ପୁଲିସ୍‌ ସହଭାଗିତାରେ ବର୍ଷା ଋତୁ ସମୟରେ ଏହାର କର୍ମଚାରୀ ଓ ଜନସାଧାରଣଙ୍କ ସଡକ ଓ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ପାଇଁ କମ୍ପାନୀର ମୁଖ୍ୟ ଫାଟକ ନିକଟସ୍ଥ ଜାତୀୟ ରାଜପଥ-୫୫ ଠାରେ ଏକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି ।

ଏହି ଅଭିଯାନରେ ବର୍ଷାଋତୁ ସମୟରେ ସଡକ ଓ ସ୍ୱାସ୍ଥ୍ୟ ସୁରକ୍ଷା ପଦକ୍ଷେପ ଗୁଡିକର ମହତ୍ୱ ବିଷୟରେ ସଚତେନତା ପାଇଁ ଲକ୍ଷ୍ୟରଖାଯାଇଛି । ଢେଙ୍କାନାଳ ଉପଖଣ୍ଡ ଥାନା ଅଧିକାରୀ ବିଭୂତି ଭୁଷଣ ମହାପାତ୍ର, କଂଟାବଣିଆ ପୋଲିସ୍ ଷ୍ଟେସନ୍‌ର ଥାନା ଅଧିକାରୀ ସବିତା ପାତ୍ର, ଢେଙ୍କାନାଳର ଜାତୀୟ ରାଜପଥର ପେଟ୍ରୋଲିଙ୍ଗ୍ ସ୍ୱତନ୍ତ୍ର ପୋଲିସ ଅଧିକାରୀ ଅଭୟ ଚରଣ ସାହୁ, ଟାଟା ଷ୍ଟିଲ୍ କଳିଙ୍ଗ ନଗର ଓ ଟିଏସ୍‌ଏମ୍‌ର ସୁରକ୍ଷା ମୁଖ୍ୟ ପ୍ରକାଶ ସଞ୍ଜୟ ଏବଂ ଟିଏସ୍‌ଏମ୍‌ର ସୁରକ୍ଷା ବିଭାଗ ମୁଖ୍ୟ ଅଭିଷେକଶର୍ମା, ଟିଏସ୍‌ଏମ୍‌ର ସିଏସ୍‌ଆର୍ ମୁଖ୍ୟ ଦିବ୍ୟାହାସ ରାୟ ଓ ଟିଏସ୍‌ଏମ୍‌ର ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେଏହି ଅଭିଯାନକୁ ଶୁଭାରମ୍ଭ କରାଯାଇଥିଲା ।ଏହି ଅଭିଯାନରେ ଡ୍ରାଇଭର୍‌, ଯାତ୍ରୀ, କର୍ମଚାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ସୁରକ୍ଷା ପତ୍ରିକା ବିତରଣ ଓ ପଥପ୍ରାନ୍ତ ନାଟକଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ବର୍ଷାଋତୁ ସମୟରେ ସୁରକ୍ଷା ନିର୍ଦ୍ଦେଶାବଳୀ ଗୁଡିକୁ ଅନୁପାଳନ କରିବାର ଗୁରୁତ୍ୱ ଉପରେ ଦର୍ଶକଙ୍କୁ ସଚେତନ କରିବାକୁ ଆଜି ଏକ ପଥପ୍ରାନ୍ତ ନାଟକ ଆଜି ଆୟୋଜନ କରାଯାଇଥିଲା । ଏହି ନାଟକ ଦ୍ୱାରା ସୁରକ୍ଷିତ ଗାଡିଚାଳନାର ମହତ୍ୱ, ଯାନର ଉପଯୁକ୍ତ ଫିଟ୍‌ନେସ୍ ବଜାୟରଖିବା ଏବଂ ବର୍ଷାସମୟରେ ଅନ୍ୟ ଯାନଗୁଡିକଠାରୁ ଏକସୁରକ୍ଷିତ ଦୂରତା ରଖିବା ଉପରେ ଗୁରୁତ୍ୱ ପ୍ରଦର୍ଶନ କରଯାଇଛି । ଏହି ଅଭିଯାନଟି ଏକ ସପ୍ତାହ ଧରି ଜାରି ରହିବ ।

ଏହା ବ୍ୟତୀତଏହି ଅଭିଯାନ ମାଧ୍ୟମରେ ବର୍ଷାଋତୁ ସମ୍ବନ୍ଧିତ ସ୍ୱାସ୍ଥ୍ୟ ସମସ୍ୟା ଯେପରିକି ସାପ କାମୁଡିବା, ଡେଙ୍ଗୁ, ମ୍ୟାଲେରିଆ, ଜଳ ବାହିତ ରୋଗ ଏବଂ ଉକ୍ତ ସମସ୍ୟାଗୁଡିକରୁ କିଭଳି ସୁରକ୍ଷିତ ରହିହେବ ତାହା ସଚେତନତା ସୃଷ୍ଟି କରାଯିବ । ଏହି ଅଭିଯାନ ଟିଏସ୍‌ଏମ୍‌ର ପରିଚାଳନା କ୍ଷେତ୍ର ଓ ଆଖପାଖ ଅଂଚଳଗୁଡିକରେ ସୁରକ୍ଷାକୁ ପ୍ରୋତ୍ସାହନ କରାଯିବ ।

new life
You might also like
error: Content is protected !!