News
WhatsApp Image 2023-10-04 at 17.25.00
samparksetu

କୋଟପାଳ ବିଦ୍ୟାଳୟ ଖୋଲିବାକୁ ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୋଟପାଳ ପ୍ରାଥମିକ ବିଦ୍ୟାଳୟକୁ ପୁନର୍ବାର ଖୋଲିବାକୁ ଦାବି ହୋଇଛି । ସ୍କୁଲ ଖୋଲିବା ଦାବିରେ ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକ ମାନେ ଜିଲ୍ଲା ପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଅଭିଯାଗ ଅନୁସାରେ ତରଭା ପଞ୍ଚାୟତ କୋଟପାଳ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟଟି ସୁରୁଖୁରୁରେ ଚାଲୁଥିଲା । ଛାତ୍ରଛାତ୍ରୀ ଙ୍କ ସଂଖ୍ୟା କମ ଦର୍ଶାଇ ବିଦ୍ୟାଳୟକୁ ମଣ୍ଡାପାଳ ବିଦ୍ୟାଳୟରେ ମିଶ୍ରଣ କରାଯାଇଛି । କୋଟପାଳ ଠାରୁ ମଣ୍ଡାପାଳ ବିଦ୍ୟାଳୟର ଦୂରତା ୩ କିଲୋମିଟର ହୋଇଥିବା ବେଳେ ରାସ୍ତାରେ ନାଳ ଏବଂ ଜଙ୍ଗଲ ପଡୁଛି ।

ଫଳରେ ଖରା ବର୍ଷାରେ ଛୋଟଛୋଟ ପିଲାମାନେ ବିଦ୍ୟାଳୟକୁ ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ଗ୍ରାମବାସୀ ମାନେ ଅଦାଲତର ଦ୍ବାରସ୍ଥ ହୋଇଥିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶରେ ପୁଣିଥରେ ବିଦ୍ୟାଳୟକୁ ଚାଲୁ କରାଯାଇଥିଲା । ବିଦ୍ୟାଳୟଟି ୪ ମାସ ଚାଲିବା ପରେ ପୁଣିଥରେ ବନ୍ଦ କରି ଦିଆଯାଇଛି ।

ଏହାକୁ ନେଇ ଅଭିଭାବକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେବା ସହିତ ପୁଣି ଥରେ ବିଦ୍ୟାଳୟ ଖୋଲିବାକୁ ଦାବି କରି ଛୋଟ ଛୋଟ ପିଲାମାନଙ୍କୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତୁରନ୍ତ ଏହି ବିଦ୍ୟାଳୟ ଖୋଲିବାକୁ ଜିଲ୍ଲାପାଳ ତଦନ୍ତ କରି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

new life
You might also like
error: Content is protected !!