News
WhatsApp Image 2023-10-04 at 17.25.00
samparksetu

ମଶାଣିରୁ ଫେରିଲା ଶବ

ଭୁବନ ଥାନା ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଂଚଳର ନଟାକଟା ମୌଜାରେ ଥିବା ଦେଶୀ ମଦ ଭାଟିରୁ ମଦ ପି ଜଣେ ଯୁବକ ର ମୃତ୍ୟୁ ହୋଇଯାଇଛି ବୋଲି ପରିବାର ପକ୍ଷରୁ ଭୁବନ ଥାନା ରେ ଏତଲା ହୋଇଛି ।ମୃତକ ହେଲେ ଦୟା ନାୟକଙ୍କ ପୁଅ ସନାତନ ନାୟକ (୩୫) ।

ସୂଚନା ଅନୁଯାୟୀ , ଗତକାଲି ସକାଳୁ ଘରୁ କୋଡିଏ ଟଙ୍କା ଧରି ମଦ ପି ବାକୁ ଆସିଥିଲେ । ଅଧଘଣ୍ଟା ପରେ ପରିବାର ଲୋକ ଖବର ପାଇ ଥିଲେ ଯେ ସନାତନ ରାସ୍ତା କଡ଼ରେ ପଡିଛନ୍ତି । ଗ୍ରାମବାସୀ ଅଚେତ ସନାତନ ଙ୍କୁ ଧରି ଅଟୋ ଯୋଗେ ଡାକ୍ତରଖାନାରେ ପହଂଚିଥିଲେ । ଡାକ୍ତର ଇସିଜି କରିବା ପରେ ମୃତ୍ୟୁ ଘୋଷଣା କରିଥିଲେ । ଗ୍ରାମବାସୀ ମାନେ ଶବକୁ ଘରକୁ ନେଇଥିଲେ , ଶବ ବ୍ୟବଚ୍ଛେଦ ହୋଇ ନଥିବାରୁ କିଛି ସହାୟତା ମିଳିପାରିବ ନାହିଁ ଜାଣିବା ଓ ସକାଳୁ ମଦ ପି ମୃତ୍ୟ ହୋଇଥିବା କଥା କୁ ସନ୍ଦେହ କରି ସବକୁ ମଦ ଭାଟି ସମ୍ମୁଖରେ ରଖି ବିକ୍ଷୋଭ କରିଥିଲେ ।

ଘଟଣା ସ୍ଥଳରେ ପୋଲିସ ପହଂଚି ଶବ କୁ ଜବତ କରିଥିଲେ ପୁନଃ ଡାକ୍ତରଖାନାକୁ ଅଣାଯାଇଥିଲା । ଅପରାହ୍ନ ରେ ବ୍ୟବଚ୍ଛେଦ କରାଯାଇଥିଲା । ସାଧାରଣ ରେ ପ୍ରଶ୍ନ ଉଠୁଛି ମେଡିକାଲ କର୍ତ୍ତୃପକ୍ଷ ଶବ ବ୍ୟବଚ୍ଛେଦ ନକରି ଶବ ବୁହା ଗାଡିରେ କିପରି ଘରକୁ ପଠାଇ ଦେଇଥିଲେ । ସନାତନ ଜଣେ କୃଷି ଶ୍ରମିକ ଅଟନ୍ତି , ଗରିବ ଭୂମିହୀନ ସନାତନ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ର ୱାର୍ଡ ନମ୍ବର ୨ ବିଜେପି କାଉଂସିଲର କୃପାସିନ୍ଧୁ ବେହେରା ସରକାର ଙ୍କ ନିକଟରେ ଦାବି ଜଣାଇଛନ୍ତି । ସମାଜସେବୀ ବିପିନ ବିହାରୀ ଦାସ ମଳୟ କୁମାର ତ୍ରିପାଠୀ ଆନ୍ଦୋଳନକାରିଙ୍କୁ ବୁଝାସୁଝା କରି ବ୍ୟବଚ୍ଛେଦ ପରେ ସାଂସ୍କର କରାଇଥିଲେ |

new life
You might also like
error: Content is protected !!