News
WhatsApp Image 2023-10-04 at 17.25.00
samparksetu

ରାସ୍ତା ଖୋଳି କଲେ କେନାଲ !

ଭୁବନ ଠାରୁ ଢେଙ୍କାନାଳ ପର୍ଯ୍ୟନ୍ତ ଲମ୍ବି ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ବାରିଜାଙ୍ଗ ମୌଜାକୁ କେନାଲ ପାଣି ନେବା ନିମନ୍ତେ ଠିକାଦାର ପକ୍ଷରୁ ରାସ୍ତା ଖୋଲା ଯିବା ୩ ମାସ ପରେ ବି ପୋତା ନଯିବାରୁ ପଥଚାରୀ ଗାଡ଼ିରୁ ପଡି କଲବଲ ହେଉଛନ୍ତି ।

ଏହି ରାସ୍ତାଟି ପୂର୍ତ୍ତବିଭାଗ ଅଧୀନରେ ରହିଥିବା ବେଳେ କେନାଲ ଟି କୁ ଜଳ ସଂପଦ ବିଭାଗ ପକ୍ଷରୁ ଖୋଳାଯାଇଛି । ତେବେ ମାତ୍ର ୧୦ଫୁଟ ଲମ୍ବର ରାସ୍ତା କୁ ମରାମତି କରିବାକୁ ଲାଗିଲାଣି ୩ ମାସ ,କିନ୍ତୁ ଏପର୍ଯ୍ୟନ୍ତ ହେଉନି କାମ । ମରାମତି ନହେବାରୁ ଦୈନିକ ଦୁର୍ଘଟଣା ଘଟୁଛି । ଏନେଇ ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ସାହୁ ଙ୍କୁ ପଚାରିବାରେ ସେ କୁହନ୍ତି ରାସ୍ତାଟି ଯଦିଓ ଆମ ବିଭାଗର, କିନ୍ତୁ ମରାମତି କାମଟି ଜଳସଂପଦ ବିଭାଗ କରିବା କଥା ।

new life
You might also like
error: Content is protected !!