News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳ ବ୍ଲକ ରେ ଟଙ୍କା ଦେଲେ ମିଳୁଛି ଆବାସ ଗୃହ

ହିନ୍ଦୋଳ ବ୍ଲକ ଅଂଚଳରେ ଦିନକୁ ଦିନ ଆବାସ ଦୁର୍ନୀତି ବଢ଼ିବାରେ ଲାଗିଛି ।ଏଠି ଗରିବ ହିତାଧିକାରୀ ଟିଏ ଆବାସ ଗୃହ ପାଇବାରୁ ବଞ୍ଚିତ ହେଉଥିବା ବେଳେ ଧନୀ ଶ୍ରେଣୀର ଲୋକ ବିଭାଗୀୟ ହିତାଧିକାରୀ ଙ୍କୁ ହାତଗୁଂଜା ଦେଇ ହାତେଇ ନେଉଛି ଆବାସ ଗୃହ ।

ଏ ସମ୍ପର୍କ ରେ ଗରିବ ହିତାଧିକାରୀ ଟିଏ ବାରମ୍ବାର ହିନ୍ଦୋଳ ବ୍ଲକ ରେ ଗୁହାରି କଲେ ମଧ୍ୟ ଅଭିଯୋଗ କୁ କର୍ଣ୍ଣପାତ କରୁ ନାହାନ୍ତି ହିନ୍ଦୋଳ ବ୍ଲକ ର ଅଧିକାରୀ, କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ ରହିଥିବା ବେଳେ ଆବାସ ଗୃହ କରେଇ ଦେବା ପାଇଁ ଖୁଲୁମ ଖୋଲା ଟଙ୍କା ମାଗୁଛନ୍ତି ପଞ୍ଚାୟତ ଅଧିକାରୀ ମନେ ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାସୋଳ ପଞ୍ଚାୟତ ର ମୁଣ୍ଡିଆ ପଶି ଗ୍ରାମରେ ,ସେହି ଗ୍ରାମର ପ୍ରଫୁଲ ପାଲ ଜଣେ ଦିନ ମଜୁରିଆ, ଦୈନିକ ମଜୁରୀ କରି ପରିବାର ପୋଷଣ କରୁଥିବା ପ୍ରଫୁଲ ଅତ୍ୟନ୍ତ ଦୟନୀୟ ଅବସ୍ଥା ରେ ରହୁଛନ୍ତି । ରହିବା ପାଇଁ ଖଣ୍ଡେ ବାସଗୃହ ନାହିଁ ସେ ଯେଉଁ ଘରେ ରହୁଛନ୍ତି ଦିନରେ ସୂର୍ଯ୍ୟ ଓ ରାତିରେ ତାରା ଦେଖା ଯାଉଛି ଛପର ସବୁ ଭାଙ୍ଗି ଗଲାଣି ।

ଘର ଖଣ୍ଡିଏ ପାଇବା ପାଇଁ ବ୍ଲକ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି କୁ ଧାଇଁ ଧାଇଁ ଥକି ଗଲା ପରେ ପ୍ରଫୁଲ ମୁଖ୍ୟମନ୍ତ୍ରୀ ଙ୍କ ପ୍ରକୋଷ୍ଟ କୁ ଯାଇ ଅଭିଯୋଗ କରିଥିଲେ । ତଦନ୍ତ ପାଇଁ ହିନ୍ଦୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆସିଥିବା ବେଳେ ଏବେ ଆବାସ ଯୋଜନା ରେ ତାଙ୍କର ନାମ ନାହିଁ । ହେଲେ ସେହି ପଞ୍ଚାୟତ ରେ ଧନୀ ଶ୍ରେଣୀର ଲୋକ ଆବାସ ଗୃହ ପାଇଥିବା ବେଳେ ନିଃସହାୟ ପ୍ରଫୁଲ ପାଇଁ ଆବାସ ଗୃହ ସାତ ଶପନ ହୋଇପଡିଛି ।

new life
You might also like
error: Content is protected !!