News
WhatsApp Image 2023-10-04 at 17.25.00
samparksetu

ଠକେଇ ଅଭିଯୋଗ ଆଣି ବ୍ୟାଙ୍କ ସମ୍ମୁଖରେ ଧାରଣା

ଢେଙ୍କାନାଳ ଏଚ.ଡି.ଏଫ.ସି ମୁଖ୍ୟ ବ୍ରାଞ୍ଚ ନାମରେ ଅଭିଯୋଗ ଆଣିଛନ୍ତି ଶରତ ସାହୁ । ସୂଚନା ମତାବକ ୨୦୧୫ରେ ବ୍ୟାଙ୍କରେ ଖାତା ଖୋଲିଥିଲେ ଶରତ , ସେ ଜଣେ ଛୋଟ ମିକ୍ସଚର ବ୍ୟବସାୟୀ । ତାଙ୍କର ୨ଟି ପିଲା ଙ୍କୁ ସେ ବହୁ କଷ୍ଟରେ ପାଠପଢ଼ାନ୍ତି ଏବଂ ଦୁଖଃ କଷ୍ଟରେ ରହି ବ୍ୟାଙ୍କରେ ୪ଲକ୍ଷରୁ ଉର୍ଦ୍ଧ ଟଙ୍କା ସଞ୍ଚୟ କରିଥିଲେ ।

କିଛି ଦିନ ତଳେ ତାଙ୍କର ଘରକୁ ଫେରୁଥିବା ବେଳେ ବାଇକ୍ ଗତ ଜୁଲାଇ ମାସ ୨୦୨୨ରେ ଏକ ବଡ଼ ଦୁର୍ଘଟଣା ହୋଇଥିଲା ।ସେ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି। ଗତ ଜୁନ୍ ମାସରେ ତାଙ୍କର ଏକ ଅପରେସନ ପାଇଁ ଡାକ୍ତର କହିଥିଲେ । ଶରତ ବ୍ୟାଙ୍କଙ୍କୁ ହୁଇଲ ଚେୟାରେ ବହୁ କଷ୍ଟରେ ଟଙ୍କା ଉଠାଇବାକୁ ଯାଇଥିଲେ କିନ୍ତୁ ସେଠାରେ ବ୍ୟାଙ୍କ ମ୍ୟାନେଜର କହିଲେ ତାଙ୍କ ଆକାଉଣ୍ଟରେ ଟଙ୍କା ନାହିଁ ।ଏହା ଶୁଣି ଶରତ ଟାଉନ ଥାନାରେ ଏକ ଅଭିଯୋଗ କରିବା ସହ ,ବ୍ୟାଙ୍କ ଆଗରେ ପରିବାର ସହ ଧାରଣାରେ ବସିଥିଲେ ।

new life
You might also like
error: Content is protected !!