News
WhatsApp Image 2023-10-04 at 17.25.00
samparksetu

ସହରରେ ବୁଲୁଛି ଭାଲୁ ; ଯୁବକଙ୍କୁ କାମୁଡିଲା, ଚା’ ଦୋକାନୀଙ୍କୁ ଗୋଡେଇଲା !

ଢେଙ୍କାନାଳ ସହର ଭିତରେ ବୁଲୁଛି ଭାଲୁ । ଗାନ୍ଧି ମନ୍ଦିର ରୋଡରେ ଏକ ଭାଲୁ ଜଣେ ଯୁବକଙ୍କୁ କାମୁଡିବା ସହ ଜଣେ ଚା’ ଦୋକାନୀଙ୍କୁ ଆକ୍ରମଣ କରିବାକୁ ଗୋଡାଇଛି । ସହରରେ ଭାଲୁ ବୁଲୁଥିବା ପ୍ରଚାର ହେବା ସହ ଭୟ ଦେଖାଦେଇଛି ।

ଆକ୍ରମଣର ଶିକାର ହୋଇଥିବା ଯୁବକ ଗାନ୍ଧି ମନ୍ଦିର ରୋଡର ଆଲୋକ କୁମାର ଦାସଙ୍କ କହିବା ଅନୁସାରେ ସେ ନେତାଜୀ ପାର୍କ ଶିବ ମନ୍ଦିର ନିକଟରେ ସାକଳ ୫ଟାରେ ଛିଡା ହୋଇଥିଲେ । ଭାଲୁଟି ଦୌଡି ଆସିଥିଲା । ସେ କୁକୁର ଭାବି ଛିଡା ହୋଇରହିଥିଲେ । ହେଲେ ଭାଲୁଟି ତାଙ୍କ ଗୋଡକୁ କାମୁଡି ଦେଇଥିଲା । ଭାଲୁ ବୋଲି ଜାଣି ପାଟି କରି ଉଠିବାରୁ ଛାଡି ଦେଇ ଗାନ୍ଧି ମନ୍ଦିର ରାସ୍ତାରେ ବଜାର ଭିତରକୁ ଦୌଡି ପଳାଇଥିଲା ।

ବାଟରେ ଏକ ଘରୋଇ ସ୍କୁଲ ନିକଟରେ ଦୋକାନ ଖୋଲୁଥିବା ଜଣେ ଚା’ ଦୋକାନୀଙ୍କୁ କାମୁଡିକାକୁ ଗୋଡାଇଥିଲା । ଚା’ଦୋକାନୀ ଦୌଡି ପଳାଇବାରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ । ସିସି କ୍ୟାମେରା ଦେଖିବାରୁ ରାତି ୩ଟା ୨୦ରେ ଭାଲୁଟି ଦୌଡି ଯାଉଥିବାର ଚିତ୍ର ମଧ୍ୟ କଏଦ ହୋଇଛି । ସହର ଭିତରେ ଭାଲୁ ବୁଲୁଥିବା ଜାଣି ସମସ୍ତଙ୍କ ଭିତରେ ଛନକା ପଶିଛି ।

new life
You might also like
error: Content is protected !!