News
WhatsApp Image 2023-10-04 at 17.25.00
samparksetu

ପି ଡି ଏସ ଚାଉଳ ଚୋରା ଚାଲାଣ ବେଳେ ମାଡ଼ି ବସିଲା ନିହଲପ୍ରସାଦ ପୋଲିସ୍

ଢ଼େଙ୍କାନାଳ ଜିଲ୍ଲାରେ ବିଭିନ୍ନ ସମୟରେ ପିଡିଏସ ଚାଉଳ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଥିବା ବେଳେ ଗଁଦିଆ ବ୍ଲକ ଅନ୍ତର୍ଗତ ନିହଲପ୍ରସାଦ ଥାନା ପୋଲିସ ଦ୍ୱାରା ଏକ ଚାଉଳ ବୋଝେଇ ଟ୍ରକ ଜବତ୍ ହୋଇଛି । ଏ ଅଞ୍ଚଳ ବାସୀଙ୍କୁ ଚକିତ କରିଛି। ଗଁଡିଆ ଅଞ୍ଚଳର ବିଭିନ୍ନ ପଞ୍ଚାୟତରୁ ବାହାର ଜିଲ୍ଲାକୁ ଅବାଧରେ ପ୍ରୋଟିନ ଯୁକ୍ତ ଚାଉଳ ଚୋରା ଚାଲାଣ ହେଉଥିବା ଏକ ପ୍ରକାର ପ୍ରମାଣିତ ହୋଇଛି।

ନିହଲପ୍ରସାଦ ପୋଲିସ୍ ପେଟ୍ରୋଲିଂ କରୁଥିବା ସମୟରେ ଖଣ୍ଡବନ୍ଧ ପଞ୍ଚାୟତ ର କାଲୁଣିଗୋଡା ଛକରେ ଏକ ପାଲ ବନ୍ଧା OD 05F 2344 ନମ୍ବର ବିଶିଷ୍ଟ ମିନିଟ୍ରକ ଛିଡ଼ା ହୋଇଥିବା ଦେଖିବାକୁ ପାଇଥିଲେ। ସଂନ୍ଦେହ ହେବାରୁ ଗାଡ଼ି ଟିକୁ ଯାଞ୍ଚ କରାଇଥିଲା ।ପରେ ଜଣା ପଡ଼ିଲା ଯେ ଭିତର ପଟେ ଚାଉଳ ବାହାର ପଟେ ଧାନ ଏପରିକି ଚାଉଳ ଗୁଡ଼ିକ ସ୍କୁଲ ଓ ଅଙ୍ଗନୱାଡ଼ି ପିଲାମାନଙ୍କର ପ୍ରୋଟିନ ଯୁକ୍ତ ଚାଉଳ ପରି ଲାଗୁଥିଲା।

ଏ ଧାନ, ଚାଉଳ ସବୁ ପଡୋଶୀ ଜିଲ୍ଲା ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁର କୁ ନିଆ ଯାଉଥିବା ଅଧିକାରୀ ମାନେ ଜାଣିବା ପରେ ତୁରନ୍ତ ଥାନା ଅଧିକାରୀ କାଶୀନାଥ ହାଁସନ୍ଦା ଙ୍କୁ ସୂଚନା ଦେବା ସହ ଉକ୍ତ ଗାଡିକୁ ଥାନାକୁ ନେଇଥିଲେ। ଥାନା ଅଧିକାରୀ ଶ୍ରୀ ହାଁସନ୍ଦା ଏ ସମ୍ପର୍କରେ ଗଁଦିଆ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଆଶିଷ ରଂଜନ ସାହୁ ଙ୍କୁ ଅବଗତ କରାଇଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋଷ୍ଠୀ ଯୋଗାଣ ଅଧିକାରିଣୀ ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ଜେନା ଙ୍କୁ ଅନୁସନ୍ଧାନ ପାଇଁ ପଠାଇଲେ ।

ଜେନା ଙ୍କ ଉପସ୍ଥିତି ରେ ପାଲ ଖୋଲାଗଲା । ଯୋଗାଣ ଅଧିକାରିଣୀ ଚାଉଳ ର ନମୁନା ସଂଗ୍ରହ କରି ଆଣିଥିଲେ କିନ୍ତୁ ଏ ସଂପର୍କରେ ସାମ୍ବାଦିକ ମାନଙ୍କୁ କୌଣସି ସୂଚନା ଦେବାକୁ ସିଧା ସିଧା ମନା କରିବା ସହିତ ତରଭର ଭାବେ ସେ ସ୍ଥାନରୁ ଚାଲି ଯାଇଥିଲେ। ଆଗରୁ ଉକ୍ତ ଯୋଗାଣ ଅଧିକାରିଣୀ ଙ୍କ ନାମରେ ଅନେକ ଅଭିଯୋଗ ଥିବା ବେଳେ ଆଜି ତାଙ୍କର ଏପରି ଆଚରଣ କୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି ?

ଗ୍ରାମାଞ୍ଚଳରେ ଡିଲର ଆଉ ଯୋଗାଣ ବିଭାଗ ର ମଧୂଚନ୍ଦ୍ରିକା ରେ ବଳି ପଡି ଯାଉଛନ୍ତି ସାଧାରଣ ଜନତା। କେତେବେଳେ ଓଜନ ରେ ତ, କେତେବେଳେ ଏ ମାସରେ ଆସିନି ଆସିଲେ ନେଇଯିବୁ କହି ବାଟମାରଣା କରି ବାହାର ଜିଲ୍ଲା କୁ ପଠାଇ ମାଲେମାଲ ହେଉଛନ୍ତି।ଆଉ ଶୋଷଣ ର ଶିକାର ହେଉଥିବା ହିତାଧିକାରୀ ଅଭିଯୋଗ ଧରି ଯୋଗାଣ ଅଧିକାରିଣୀ ଙ୍କ ପାଖକୁ ଗଲେ ତାଙ୍କର ଦେଖା ମିଳେ ନାହିଁ ବୋଲି ଜଣାପଡିଛି।

ବାସ୍ତବରେ ସବୁ ଜାଣି ଧୃତରାଷ୍ଟ୍ର ସାଜିଛି ଗଁଦିଆ ଯୋଗାଣ ବିଭାଗ।ଆଗରୁ ଗଁଦିଆ ବାସୀ ଙ୍କ ସନ୍ଦେହ ଘେରରେ ରହିଥିବା ଯୋଗାଣ ଅଧିକାରିଣୀ ଆଜି ପ୍ରତିକ୍ରିୟା ନ ଦେଇ ଚାଲିଯିବା ଜନସାଧାରଣ ଙ୍କ ସନ୍ଧେହ କୁ ଦୁଇଗୁଣିତ କରିଛି। ସୂଚନା ଥାଉକି ପୂର୍ବରୁ ମଧ୍ୟ ଉକ୍ତ ଅଧିକାରିଣୀ ଜଣକ କେବେ କୌଣସି ସୂଚନା ଗଣମାଧ୍ୟମ କୁ ଦିଅନ୍ତି ନାହିଁ।ଏ ସବୁ ପରେ ଗାଡ଼ି ,ଗାଡି ଡ୍ରାଇଭର ସହିତ ୪ଜଣ ଙ୍କୁ ଅଟକ ରଖି ଅନୁସନ୍ଧାନ କରୁଛି ନିହଲପ୍ରସାଦ ପୋଲିସ । ତେବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ଚାଉଳ ଚୋରା ଚାଲାଣ ର ପର୍ଦ୍ଦାଫାଶ ହେଉଛି ନା ଅନୁସନ୍ଧାନ ର ଗଳାବାଟ ରେ ଅଭିଯୁକ୍ତ ମାନେ ଖସିଯିବାରେ ସଫଳ ହେଉଛନ୍ତି।

new life
You might also like
error: Content is protected !!