News
WhatsApp Image 2023-10-04 at 17.25.00
samparksetu

ବନ୍ଧନୂଆଗାଁ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଦାବି

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ବନ୍ଧ ନୂଆଗାଁ ପ୍ରଥମିକ ବିଦ୍ୟାଳୟ ଖୋଲିବା ଦାବି କରି ଶତାଧିକ ଅଭିଭାବକଙ୍କ ସହିତ ଛାତ୍ରଛାତ୍ରୀ ମାନେ ଢେଙ୍କାନାଳ-ଯୋରନ୍ଦା ରାସ୍ତା ଅବରୋଧ କରିଥିଲେ । ବନ୍ଧ ନୂଆଗାଁରେ ଦୀର୍ଘଦିନ ହେବ ଏକ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟ କରୁଥିବା ବେଳେ ସରକାରଙ୍କ ତରଫରୁ ଏହାକୁ ଦୁର୍ଗାପ୍ରସାଦ ବିଦ୍ୟାଳୟ ରେ ମିଶ୍ରଣ କରାଯାଇଛି । ଫଳରେ ଛାତ୍ରଛାତ୍ରୀ ମାନେ ଦୁର୍ଗାପ୍ରାସଦ ବିଦ୍ୟାଳୟକୁ ଯାଇ ପାଠ ପଢିବାକୁ ଇଛା ପ୍ରକାଶ କରୁ ନାହାଁନ୍ତି ।ଫଳରେ ଅନେକ ଏସିଏସଟି ଛାତ୍ରଛାତ୍ରୀ ପାଠ ପଢିବାରୁ ବଂଚିତ ହେଉଛନ୍ତି ।

ପୁନଶ୍ଚ ବିଦ୍ୟାଳୟକୁ ଖୋଲିବା ଦାବି କରି ଶତାଧିକ ପୁରୁଷ ମହିଳା ଏବଂ ଛାତ୍ରଛାତ୍ରୀ ମାନେ ଢେଙ୍କାନାଳ ଯୋରନ୍ଦା ରାସ୍ତା ଅବରୋଧ କରିଥିଲେ । ଖବର ପାଇ ପୋଲିସ ଏବଂ ଶିକ୍ଷା ବିଭାଗର ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବ। ପରେ ରାସ୍ତାରୋକ ହଟିଥିଲା ।

new life
You might also like
error: Content is protected !!