News
WhatsApp Image 2023-10-04 at 17.25.00
samparksetu

ପୋଲିଆ ଏବଂ ପାହାଚ ଭାଙ୍ଗିଦେଲେ ଠିକାଦାର , ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବିଧାରପୁର ପଞ୍ଚାୟତ ଅନ୍ନପୁର ଗ୍ରାମ ନିକଟରେ ଥିବା ଏକ ପୋଲିଆ ଏବଂ ଗ୍ରାମବାସୀ ଗାଧୋଇବା ପାଇଁ ରହିଥିବା ପାହାଚକୁ ଠିକାଦାର ଭାଙ୍ଗି ଦେଇଥିବାର ଅଭିଯୋଗ ହୋଇଛି । ବାରମ୍ବାର ଅଭିଯୋଗ ସତ୍ୱେ ଠିକାଦାର ଶୁଣୁନଥିବାରୁ ବାଧ୍ୟହୋଇ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି ।

ବିଧାରପରୁ ପଞ୍ଚାୟତ ଅନ୍ନପୁୁର ଗ୍ରାମର ଆରମ୍ଭରେ ଏକ ପୋଲିଆ ରହିଛି । ଦୀର୍ଘ ଦିନରୁ ରହିଥିବା ଏହି ପୋଲିଆକୁ ଠିକାଦାର ଜେସିବି ମେସିନ ସହାୟତାରେ ଭାଙ୍ଗି ଦେଇଛନ୍ତି । ଫଳରେ ପାଣି ଜମିରହି ଘରେ ପଶିବା ସହିତ ମଶା ମାଛି ବଂଶ ବୃଦ୍ଧି ହେଉଛି । ସେହିପରି ଗାଧୋଇବା ପାଇଁ ରହିଥିବା ପାହାଚକୁ ଠିକାଦାର ଭାଙ୍ଗିଦେବାରୁ ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀଙ୍କୁ ଗତ ଜନୁ ୩୦ ତାରିଖରେ ଲିଖିତ ଭାବରେ ଗ୍ରାମବାସୀ ମାନେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଗ୍ରାମବାସୀ ମାନେ ବାଧ୍ୟହୋଇ ଜିଲ୍ଲା ପାଳଙ୍କ ଦ୍ୱାରସ୍ଥ ହେବା ସହିତ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି ।

new life
You might also like
error: Content is protected !!