News
WhatsApp Image 2023-10-04 at 17.25.00
samparksetu

ଦେଢ ବର୍ଷ ପରେ ଭୁବନରେ ହେଲା ରୋଗୀ କଲ୍ୟାଣ ବୈଠକ

ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ବୈଠକ ଦୀର୍ଘ ଦେଢ ବର୍ଷ ପରେ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ
ସ୍ୱାସ୍ଥ୍ୟ କେନ୍ଦ୍ର ବିଭିନ୍ନ ମୈାଳିକ ଅଭାବ ଅସୁବିଧା ସଂର୍ପକରେ ଆଲୋଚନା ହୋଇଥିବା ବେଳେ ଦୀର୍ଘ ୧୩ ବର୍ଷ ପରେ ଶେଷ ହୋଇ ପାରୁନଥିବା ,ଚତୁର୍ଥ ଶ୍ରେଣୀ କ୍ୱାଟର ନିର୍ମାଣ କଥା ଆଲୋଚନାକୁ ଆସିନପାରିବା ବିଷୟ ସାଧାରଣରେ ବିସ୍ମୟ ସୃଷ୍ଟି କରିଛି ।

ବୈଠକରେ ନଗରପାଳ ଶୁଭେନ୍ଦୁ ସାହୁ , ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ଜିଲ୍ଲାପରିଷଦ ସଦସ୍ୟ ରମେଶଚନ୍ଦ୍ର ସାହୁ , ସଭ୍ୟ ପପୁ ସାହୁ , ପୁଷ୍ପାଜ୍ଞଳୀ ବେହେରା , ଅଜୟ ସେଠୀ ଡାକ୍ତର ରମେଶ ଚନ୍ଦ୍ର ସେଠୀ ଙ୍କ ସହ ଡାକ୍ତରଖାନାର କର୍ମଚାରୀଙ୍କ ଏହି ବୈଠକରେ ଯୋଗ ଦେଇଥିଲେ ।

ମୈାଳିକ ଅସୁବିଧା ମଧ୍ୟରୁ ସାଲାଇନ ପାଇପ ନମିଳିବା, ଶିଶୁ ଡାକ୍ତର ନିଯୁକ୍ତି , ଡାକ୍ତରଖାନା ଛାତରୁ ପାଣି ଗଳିବା , ଦକ୍ଷିଣ ପାଶ୍ୱ ପାଚେରୀ
ନିର୍ମାଣ ପ୍ରସଙ୍ଗରେ ଆଲୋଚନା କରିଥିଲେ । ତେବେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ କେହି ବି ଜଣେ ଆଲୋଚନା ନିମନ୍ତେ ଉଠାଇ ନଥିଲେ । , ଇତି ମଧ୍ୟରେ ହେବାକୁ ଲାଗିଲାଣି ୧୩ବର୍ଷ । ଆଉ କେତେ ବର୍ଷ ଲାଗିବ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ନାଗରିକ ଜନସ୍ୱାର୍ଥ ଟ୍ରଷ୍ଟର କର୍ମକତା ।

୪ର୍ଥ ଶ୍ରେୀଣୀ କର୍ମଚାରୀ ମାନେ ଡାକ୍ତରଖାନା ଠାରୁ ବହୁ ଦୁରରେ ରହି ଠିକ ସମୟରେ ଡାକ୍ତରଖାନାକୁ ଆସି ପାରୁନାହାନ୍ତି । ସେଠାରେ ଥିବା କ୍ୱାଟର ଗୁଡିକ ଅଧାପନ୍ତରିଆ ନିର୍ମାଣ ହେଇଥିବାରୁ ସେଠାରେ କେହି କର୍ମଚାରୀ ରହି ପାରୁନାହାନ୍ତି । ନିର୍ମାଣଧିନ କ୍ୱାଟର ଗୁଡିକ ଅସମ୍ପୂର୍ଣ୍ଣ ରହିଛି ।

ଚତୁରତାର ସହ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଯୋଜନା ବଦ୍ଧ ଭାବେ କେବଳ ବାହାର ପାର୍ଶ୍ବର ପଲସ୍ତରା କାର୍ଯ୍ୟଶେଷ ସାରି ଦିଆଯାଇଛି । କିନ୍ତୁ ଘରର କବାଟ ନାହିଁ କି ମେଜିଆ ପଡିନାହିଁ । ଏଠାରେ ରହିବାର ସୁବିଧା ବି ହେଉନାହିଁ । ଯାହାର ଫାଇଦା ବି ନେଉଛନ୍ତି କର୍ମଚାରୀ । କ୍ୱାଟର ନଥିବା ଆଳରେ ଏଠାରେ ନରହି ଘରୁ ଯିବା ଆସିବା କରୁଛନ୍ତି । ବାଟରେ ଆସିବା ବେଳେ ଖରା ବର୍ଷା ହେତୁ ଠିକ ସମୟରେ ପହଁଚିବାରେ ବିଳମ୍ବ ହେଉଛି । ଫଳତଃ ସ୍ୱଳ୍ପ ବେତନଭୋଗୀ କର୍ମଚାରୀ ମାନେ ନା ଏହି କ୍ୱାଟରରେ ରହିପାରୁଛନ୍ତି ନା ଏଠାରେ ରହିବାର ସୁବିଧା ପାଉଛନ୍ତି ।

new life
You might also like
error: Content is protected !!